Below header

ବହୁତ ଜଳଦି ବିବାହ ବନ୍ଧନରେ ବାନ୍ଧି ହେବେ ଯୁଜବେନ୍ଦ୍ର ଚହଲ, ସେୟାର କଲେ ଭାବି ପତ୍ନୀଙ୍କ ଫଟୋ

ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର  ଏବଂ ସବୁଠାରୁ ମଜାଳିଆ ଖେଳାଳୀ ଯୁଜବେନ୍ଦ୍ର ଚହଲ ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରୋକା ସେରେମୋନିର କିଛି ଫଟୋ ସେୟାର କରି ନିଜ ବିବାହ ବିଷୟରେ କହିଛନ୍ତି। ଚହଲ ଏହି ଖୁସି ଖବର ଜଣାଇ କେଏଲ ରାହୁଲଙ୍କ ଠାରୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଯ୍ୟର୍ନ୍ତ ସମସ୍ତେ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଦେଇଛନ୍ତି ବୋଲି କହିଛନ୍ତି।

chahalଚହଲଙ୍କର ବିରାଟ କୋହଲୀଙ୍କ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୋରରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ କିଛି ଦିନ ପରେ ସେ ଆଇପିଏଲ ପାଇଁ ୟୁଏଇ ଗସ୍ଥ କରିବେ। ତେଣୁ ସେ ବହୁତ ସମୟ ପର୍ଯ୍ୟନ୍ତ ଘରୁ ବାହାରେ ରହିବେ।

ଏମିତି ହିଁ ଚହଲ ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଇପିଏଲର ଆୟୋଜନ ୧୯ ସେପ୍ଟେମ୍ବର ଠାରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ୟୁଏଇରେ କରାଯିବ। ଏହାସହିତ ହିଁ ଭାରତୀୟ କ୍ରିକେଟର୍ସ ମଧ୍ୟ ଲମ୍ବା ସମୟ ପରେ ମଇଦାନକୁ ଫେରିବେ।

chahalଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ କୋରିଓଗ୍ରାଫର ଏବଂ ଜଣେ ୟୁଟ୍ୟୁବର। ଚହଲଙ୍କ ଭଳି ସେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ସାଉଁଟନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.