Below header

ହାଇକୋର୍ଟରେ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା: ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ କରାଗଲା ଜବାବ ଦାଖଲ

କେନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଗଲା। ଗତ ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ଅଦାଲତଙ୍କୁ ଅବଗତ କରାଗଲା। ଏହା ସହ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରାଯାଇଛି। ଏହାସହ ଉଲ୍ଲେଖ କରାଯାଇଛି ଯେ କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତାଭାର ଦିଆଯାଇଛି ଓ ୪ ଇନ୍ସପେକ୍ଟର ଏଥିରେ ଏସପିଙ୍କୁ ସହଯୋଗ କରୁଛନ୍ତି ।ଅଭିଯୁକ୍ତ ମାନଙ୍କୁ ପଚରାଉଚାରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି।

ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା ମଧ୍ୟ ହୋଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣା ଘଟିବାର ୪ ମାସ ପରେ ମାମଲା ଦାୟର ହୋଇଛି। ତେଣୁ “ବାୟୋଲୋଜିକାଲ” ପ୍ରମାଣ ପାଇବାରେ ସମସ୍ୟା ହେଉଛି ।

କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି ଓ ଏଥିପାଇଁ ସିବିଆଇ କିମ୍ବା ହାଇକୋର୍ଟରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଗଠିତ ଟିମ ଦ୍ବାରା ତଦନ୍ତ ପାଇଁ  ପ୍ରାର୍ଥନା ହୋଇଥିବା ବେଳେ ଏହି ମାମଲଟି ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତ କରାଯିବାର ଆବଶ୍ୟକତା ନଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଆସନ୍ତା ବୁଧବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.