ଶବଦାହ ବୋଝ ଆଉ ସହି ପାରିଲାନି ସତ୍ୟନଗର ଶ୍ମଶାନ, ବିଏମସି ବଢାଇଲା ଶ୍ମଶାନ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରରେ ହେବ ଆଉ  ଦୁଇ ଶ୍ମଶାନ । ଖୁବଶୀଘ୍ର ପଟିଆ ଓ ଖଣ୍ଡଗିରି ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ ଆଉ ଦୁଇ ଶ୍ମଶାନ। ସତ୍ୟନଗର ଶ୍ମଶାନ ଉପରେ ଚାପ ପଡୁଥିବାରୁ ଏହି ବ୍ୟବସ୍ଥା କରାଯାଉଛି  ବୋଲି ବିଏମସି କମିଶନର ପ୍ରେମଚାନ୍ଦ ଚୈଧୂରୀ  ସୂଚନା ଦେଇଛନ୍ତି।

ସତ୍ୟନଗର ଶ୍ମଶାନରେ ଶବଦାହ ସଂଖ୍ୟା ବଢୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ୍ନ ହେଉଛନ୍ତି ବୋଲି ମାନବାଧିକାର କମିଶାନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଆଉ ଦୁଇ ଶ୍ମଶାନ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି। ପଟିଆ ଶ୍ମଶାନରେ ଗ୍ୟାସ ଯୋଗେ ଶବଦାହ କରାଯିବର ବ୍ୟବସ୍ଥା କରାଯାଉଥିବା ବେଳେ ଖଣ୍ଡଗିରି ଶ୍ମଶାନରେ ବିଦ୍ୟୁତ ଚାଳିତ ଶବଦାହ ବ୍ୟବସ୍ଥା କରାଯାଉଥିବାର କହିଛନ୍ତି  ବିଏମସି କମିଶନର ପ୍ରେମଚାନ୍ଦ ଚୈଧୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.