Below header

ବାତ୍ୟା ସଂପର୍କରେ ପାଣିପାଗ ବିଭାଗ କୌଣସି ଆକଳନ କରିନାହିଁ, ସ୍ପଷ୍ଟ କଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ବର(କେନ୍ୟୁଜ୍):ବାତ୍ୟା ସଂପର୍କରେ ପାଣିପାଗ ବିଭାଗ କୌଣସି ଆକଳନ କରିନାହିଁ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି। ୮ ତାରିଖ ମଧ୍ୟରେ ଗୋଟିଏ ଓ ୯ରୁ ୧୫ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ ପ୍ରଭାବରେ ସକ୍ରିୟ ହେବ ମୌସୁମୀ ବାୟୁ । ସେପ୍ଟେମ୍ବର ୫ତାରିଖ ବେଳକୁ ବଢିବ ବର୍ଷାର ବିସ୍ତୃତି। ୬ତାରିଖରୁ ବଢିବ ବର୍ଷାର ପରିମାଣ। ୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୌସୁମୀ ନିମ୍ନଚାପ ରେଖା ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହୁଥିବାରୁ ଦିନ ତାପମାତ୍ରା ଅଧିକ ରହୁଛି। ଏହା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଉପକୂଳ ଓଡ଼ିଶାରେ ଅନୁଭୂତ ହେଉଛି। ଆଗାମୀ ୨ଦିନ ଯାଏ ଏଭଳି ପାଗ ଲାଗି ରହିବ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨ ସହରରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରେକର୍ଡ ହୋଇଛି । ସବୁଠୁ ଉତ୍ତପ୍ତ ସହର ଅନୁଗୋଳ । ସେଠାରେ ଦିନର ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଦୁର୍ବଳ ମୌସୁମୀର ପ୍ରଭାବ ଆହୁରି ଦୁଇ ଦିନ ରହିବ । ପ୍ରଭାବରେ ରାଜ୍ୟରେ ଜାରି ରହିବ ଗୁଳୁଗୁଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.