Below header

ଆସନ୍ତା ୪ ଦିନ ଯାଏ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ନାହିଁ, ଭୁବନେଶ୍ୱର ଆଜି ୪୪.୪ ଡିଗ୍ରୀ ସେଲସିୟସ୍‌

ଜଳୁଛି ଓଡ଼ିଶା । ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୪ ଦିନ ଯାଏ ତ୍ରାହି ନାହିଁ । ଆହୁରି ଜଳିବ ସାରା ରାଜ୍ୟ । ୨୦ ତାରିଖ ଯାଏ ଆକାଶରୁ ଅଗ୍ନିବର୍ଷା ହେବ । ୪ ଦିନ ପାଇଁ ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ପାରଦ ସ୍ୱାଭାବିକଠାରୁ ୪-୭ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବ ।

ଜଳୁଛି ଓଡ଼ିଶା । ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୪ ଦିନ ଯାଏ ତ୍ରାହି ନାହିଁ । ଆହୁରି ଜଳିବ ସାରା ରାଜ୍ୟ । ୨୦ ତାରିଖ ଯାଏ ଆକାଶରୁ ଅଗ୍ନିବର୍ଷା ହେବ । ୪ ଦିନ ପାଇଁ ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ପାରଦ ସ୍ୱାଭାବିକଠାରୁ ୪-୭ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବ । ଭୁବନେଶ୍ୱରରେ ଆଜି ୪୪.୪ ଡିଗ୍ରୀ ସେଲସିୟସ୍‌ ତାପମାତାର୍‌ ରହିଛି ।

ଫଳରେ ତାତି ଓ ଗରମରେ ଛଟପଟ ହେବ ସାରା ଓଡ଼ିଶା । ଆସନ୍ତାକାଲି ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରକୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୨ ଜିଲ୍ଲାକୁ ହିଟେଓ୍ଵଭ୍‌ ନେଇ ଦିଆଯାଇଛି ୟେଲୋ ଓ୍ଵାର୍ଣ୍ଣିଂ ।

୧୮ ତାରିଖ ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର କରିଯିବ । ଆଗାମୀ ୩ ଦିନ ଉପକୂଳ ଓ ୫ ଦିନ ଯାଏ ପଶ୍ଚିମ ଓଡ଼ିଶାର ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଆଜି ବି ସାରା ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି ।

ଦିନ ସାଢ଼େ ୧୧ଟା ସୁଦ୍ଧା ୪୩.୪ ଡିଗ୍ରୀ ସେଲସିୟସ୍‌ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେହିପରି ସମ୍ବଲପୁରରେ ୪୨.୪, ହୀରାକୁଦରେ ତାପମାତାର୍‌ ରହିଛି ୪୧.୬ ଡିଗ୍ରୀ ସେଲସିୟସ୍‌ । ଗରମ ଓ ଗୁଳୁଗୁଳିରେ ଜନଜୀବନ ସନ୍ତୁଳି ହେଉଥିବା ବେଳେ କେବେ ଆସିବ ମୌସୁମୀ ତାକୁ ଅପେକ୍ଷା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.