ଅନୁମାନର ୧୦ ବର୍ଷ ପୂର୍ବରୁ ତରଳି ଯିବ ଆର୍କଟିକ ବରଫ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

୪୦ ବର୍ଷ ଧରି ବୈଜ୍ଞାନିକମାନେ ସାଟେଲାଇଟରୁ ସଂଗ୍ରହ କରିଥିବା ତଥ୍ୟକୁ ବିଶ୍ଲେଷଣ କରିଛନ୍ତି, ଯେଉଁଥିରେ ନର୍ଥ ପୋଲ ଚାରିପାଖରେ ଥିବା ବରଫ ହ୍ରାସ ପାଉଥିବା ଅଧ୍ୟୟନ କରିଛନ୍ତି । ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଆସନ୍ତା ୨୦୩୦ରୁ ୨୦୫୦ ମଧ୍ୟରେ କାର୍ବନ ନିର୍ଗମନ ହ୍ରାସ ପାଇବା ପରେ ମଧ୍ୟ କୌଣସି ଏକ ସେପ୍ଟେମ୍ବର ମାସରେ ଆର୍କଟିକ୍‌ରେ ଥିବା ସମସ୍ତ ବରଫ ଶେଷ ହୋଇଯିବ ।

୨୦୪୦ ଦଶକରେ ଆର୍କଟିକ ମହାସାଗରରେ ସୃଷ୍ଟି ହୋଇଥିବା ବରଫ ସ୍ତର ତରଳି ଯାଇ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଥିଲେ । ତେବେ ପୂର୍ବ ଆକଳନର ୧୦ ବର୍ଷ ପୂର୍ବରୁ ହିଁ ଅର୍ଥାତ ୨୦୩୦ ସୁଦ୍ଧା ଦ୍ରୁତଗତିରେ ତରଳୁଥିବା ଏହି ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ । କାର୍ବନ କାଢିବା ପାଇଁ ସମସ୍ତ ଚେଷ୍ଟା କରିବା ପରେ ମଧ୍ୟ ବରଫ ସ୍ତର କମିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

୪୦ ବର୍ଷ ଧରି ବୈଜ୍ଞାନିକମାନେ ସାଟେଲାଇଟରୁ ସଂଗ୍ରହ କରିଥିବା ତଥ୍ୟକୁ ବିଶ୍ଲେଷଣ କରିଛନ୍ତି, ଯେଉଁଥିରେ ନର୍ଥ ପୋଲ ଚାରିପାଖରେ ଥିବା ବରଫ ହ୍ରାସ ପାଉଥିବା ଅଧ୍ୟୟନ କରିଛନ୍ତି । ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଆସନ୍ତା ୨୦୩୦ରୁ ୨୦୫୦ ମଧ୍ୟରେ କାର୍ବନ ନିର୍ଗମନ ହ୍ରାସ ପାଇବା ପରେ ମଧ୍ୟ କୌଣସି ଏକ ସେପ୍ଟେମ୍ବର ମାସରେ ଆର୍କଟିକ୍‌ରେ ଥିବା ସମସ୍ତ ବରଫ ଶେଷ ହୋଇଯିବ । ତେବେ ସେପ୍ଟେମ୍ବର ମାସରେ ହିଁ ବରଫ ସ୍ତର ସବୁଠାରୁ କମ ରହିଥାଏ ।

ଦକ୍ଷିଣ କୋରିଆର ପୋହାଙ୍ଗ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ମିନି ସେଙ୍ଗଙ୍କ ନେତୃତ୍ୱରେ ଏହି ଅଧ୍ୟୟନର ରିପୋର୍ଟ ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନେ ୧୯୭୯ରୁ ୨୦୧୯ ମଧ୍ୟରେ ପ୍ରତି ମାସରେ ଆର୍କଟିକର ବରଫ ଘନତାର ତଥ୍ୟ ଅଧ୍ୟୟନ କରିଛନ୍ତି । ଏହା ପରେ କମ୍ପ୍ୟୁଟର ସିମୁଲେସନ କରାଯାଇଥିଲା ଯେଉଁଥିରେ ଭବିଷ୍ୟତର ଆକଳନ କରାଯାଇଛି ।

ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକାରୀ କମିଟି ‘ଆଇପିସି’ ଦ୍ୱାରା ନିକଟରେ ପ୍ରକାଶିତ ରିପୋର୍ଟରେ ଫଳାଫଳ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଏହି ଶତାବ୍ଦୀର ମଧ୍ୟ ଭାଗ ପୂର୍ବରୁ ଆର୍କଟିକରେ କୌଣସି ସେପ୍ଟେମ୍ବରରେ ବରଫ ଶେଷ ହେବ ନାହିଁ । ତେବେ ଗ୍ରୀନ ହାଉସର ଗ୍ୟାସ ନିର୍ଗମନ ପ୍ରକ୍ରିୟା ଉପରେ ବରଫ ଶେଷ ହେବା ନିର୍ଭର କରିବ ବୋଲି ଅଧ୍ୟୟନରେ କୁହାଯାଇଛି ।

ବତ୍ତର୍ମାନ ପୋହାଙ୍ଗ ୟୁନିଭର୍ସିଟିର ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ପ୍ରକ୍ରିୟା ଯେତେ ହ୍ରାସ ପାଇଲେ ମଧ୍ୟ, ପୂର୍ବ ଆକଳନ ଠାରୁ ୧୦ ବର୍ଷ ପୂର୍ବରୁ ହିଁ ଆର୍କଟିକରେ ଥିବା ସମସ୍ତ ବରଫ ଶେଷ ହୋଇଯିବ । ଅନୁସନ୍ଧାନରେ କୁହାଯାଇଛି ଯେ, ଏହାର ପ୍ରଭାବ ମାନବ ସମାଜ ଉପରେ ପଡ଼ିବ । ଏହା ସହିତ କୁହାଯାଇଛି ଯେ, ଗରମ ଶେଷ ସୁଦ୍ଧା ଆର୍କଟିକରେ ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ ଏଥିପାଇଁ ମଣିଷ ସମାଜ ପ୍ରସ୍ତୁତ ହେବା ଉଚିତ ।

ଜିଓଫିଜିକାଲ ରିସର୍ଚ୍ଚ ଲେଟରରେ ନିକଟରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ଶେଷ ବରଫ କ୍ଷେତ୍ରର ପୂର୍ବ ଏବଂ ପଶ୍ଚିମ ଅଞ୍ଚଳରେ ବରଫ ପ୍ରକୃତିରେ ଆସୁଥିବା ପରିବର୍ତ୍ତନରେ ଭିନ୍ନତା ରହିଛି । ପ୍ରତ୍ୟେକ ବର୍ଷ ଉଭୟ କ୍ଷେତ୍ରରେ ବରଫର ଘନତା ବୃଦ୍ଧି ଏବଂ ହ୍ରାସରେ ଭିନ୍ନତା ଦେଖାଯାଇଛି । ଅନ୍ୟପଟେ ବରଫ ପ୍ରବାହରେ ମଧ୍ୟ ପାର୍ଥକ୍ୟ ରହିଛି । ଆର୍କଟିକରେ ବରଫ ତରଳିବାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖାଯିବ । ପ୍ରାୟ ୧.୨୦ ଲକ୍ଷ ବର୍ଷ ପୂର୍ବେ ଆର୍କଟିକ୍‌ରେ ବରଫ ଶେଷ ହୋଇଥିଲା । ପୋଲାର କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ଏଭଳି ପରିସ୍ଥିତି ପୁଣି ସୃଷ୍ଟି ହୋଇପାରେ ।

ଏହି କାରଣରୁ ବ୍ରିଟେନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଆମେରିକାରେ ମଧ୍ୟ ଅନେକ ସମୟରେ ଝଡ଼ ଆସିଥାଏ । ଯଦି ଆର୍କଟିକ୍‌ରେ ବରଫ ଶେଷ ହୁଏ ତେବେ ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇବ ଏବଂ ପାଗରେ ମଧ୍ୟ ଅନେକ ପରିବର୍ତ୍ତନ ଆସିବ । ଗ୍ଲୋବାଲ ଓ୍ଵାର୍ମିଂ ସ୍ଥିତି ମଧ୍ୟ ଖରାପ ହେବ । ଆର୍କଟିକ ଅଞ୍ଚଳରେ ଆର୍କଟିକ ମହାସାଗର, କାନାଡାର କିଛି ଅଂଶ, ଗ୍ରୀନଲ୍ୟାଣ୍ଡ,ଋଷର କିଛି ଅଂଶ, ଆମେରିକାର ଆଲାସ୍କା, ଆଇଲ୍ୟାଣ୍ଡ, ନରେଓ୍ଵ, ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ରହିଛି । ଯଦି ବରଫ ଏଭଳି ମାତ୍ରାରେ ତରଳିବାରେ ଲାଗେ, ତେବେ ପୋଲାର ଅଞ୍ଚଳରେ ରହୁଥିବା ଭାଲୁ, ବାଘ, ପେଙ୍ଗୁଇନ ଏବଂ ସିଲ ପରି ପଶୁମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.