Below header

ପୋଲିସ୍ ହାତରେ ଲାଗିଛି ସୁରାକ: ଶୁଭଶ୍ରୀଙ୍କ ଶେଷ ୭ଟି କଲ୍‌କୁ ନେଇ ସନ୍ଦେହ, ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଶାସ୍ତ୍ରୀନଗରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୋଲିସ୍ ହାତରେ ଲାଗିଛି ସୁରାକ । ମୃତ ଶୁଭଶ୍ରୀ ମହାପାତ୍ରଙ୍କ କଲ୍‌ ଡିଟେଲ୍ସ ରେକର୍ଡସ ବା ସିଡିଆରରୁ ସୁରାକ ପାଇଛି ପୋଲିସ୍ । ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ଖାରବେଳନଗର ଥାନା ପୋଲିସ୍ । ଶୁଭଶ୍ରୀଙ୍କ ଶେଷ ୭ଟି କଲ୍‌କୁ ନେଇ ସନ୍ଦେହ ବଢିିଛି । ଶେଷ କଲ୍‌ ଜଣେ ଯୁବକଙ୍କୁ କରିଥିଲେ । ମୃତ୍ୟୁ ପୂର୍ବରୁ ବାରମ୍ବାର ଯୁବକଙ୍କୁ କଲ୍‌ କରିଥିଲେ ଶୁଭଶ୍ରୀ ।

ଘଟଣା ଦିନ ସନ୍ଧ୍ୟା ସାଢ଼େ ୬ଟାରୁ ୬ଟା ୪୯ ଭିତରେ ୭ ଥର କଲ୍‌ କରିଥିଲେ ଶୁଭଶ୍ରୀ । ଶେଷ ଥର ୨୭ ସେକେଣ୍ଡ କଥା ହୋଇଥିଲେ । ଅଟକ ଯୁବକଙ୍କୁ ପଚରାଉଚରା ବେଳେ ପୋଲିସ ହାତରେ ଅନେତ ତଥ୍ୟ ଲାଗିଥିବା ସୂଚନା ମିଳିଛି । ତାଙ୍କୁ ଘଣ୍ଟା ଘଣ୍ଟା ଜେରା କରିଛନ୍ତି ଭୁବନେଶ୍ୱର ଡିସିପି, ଏସିପି ଓ ଖାରବେଳନଗର ଥାନା ଆଇଆଇସି । ପୋଲିସ ଅଧିକ ଖୋଳତାଡ ଚଳାଇଛି ।

ଆଇପିସିର ଦଫା ୩୦୨ ଓ ୨୦୧ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍ । ଅଟକ ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଜାଣିଥିବା ସୂଚନା ମିଳିଛି । ପୂର୍ବରୁ ଯୁବକ ଜଣଙ୍କ ଶୁଭଶ୍ରୀଙ୍କ ଘରକୁ ଯିବା ଆସିବା କରୁଥିଲେ । ଘରେ ନଥିବା ବେଳେ ଶୁଭଶ୍ରୀଙ୍କୁ କେହି ହତ୍ୟା କରିଥିଲା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.