Below header

ସାଇକେଲ୍ ଚୋର ଗ୍ୟାଙ୍ଗର ୪ ଗିରଫ, ୨୫ ସାଇକେଲ ଉଦ୍ଧାର

ନୟାଗଡ଼ ଟାଉନଥାନା ପୋଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି l ପୁଲିସ ସେମାନଙ୍କ ଠାରୁ ୨୫ଟି ଚୋରା ସାଇକେଲ ଜବତ କରିବା ସହ ୪ ଅଭିଯୁକ୍ତକୁ ଗିରଫ କରିଛି l

ନୟାଗଡ : ନୟାଗଡ଼ ଟାଉନଥାନା ପୋଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି l ପୁଲିସ ସେମାନଙ୍କ ଠାରୁ ୨୫ଟି ଚୋରା ସାଇକେଲ ଜବତ କରିବା ସହ ୪ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ସଦରଥାନା ଅନ୍ତର୍ଗତ ନୂଆ କଣ୍ଟାବଣିଆ ଗ୍ରାମର ଅଲେଖ ପ୍ରଧାନ,ଡିମିରିପାଟଣା ଗ୍ରାମର କୁମର ରଞ୍ଜନ ସାହୁ, ପ୍ରଶାନ୍ତ କୁମାର ନାୟକ ଏବଂ ମନୁଆ ବୋଲି ସୂଚନା ମିଳିଛି l

ଅଭିଯୋଗ ଅନୁଯାୟୀ,ଗତ ମାସ ୧୧ ତାରିଖରେ ନୟାଗଡ଼ ସହର ଗ୍ୟାଲେସ୍କି ଚପଲ ସୋରୁମଠାରୁ ମାଲିକ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଏକ ସାଇକେଲ ଚୋରୀ ହୋଇଥିଲା l ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା lଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲେ l ସିସିଟିଭି ଫୁଟେଜ୍ ଆଧାରରେ କୁମର ସାଇକେଲ ଚୋରୀ କରିଥିବା ସ୍ପଷ୍ଟ ହୋଇଥିଲା l

କୁମରକୁ ପୁଲିସ ପ୍ରଥମେ ନିଜ ହେପାଜତକୁ ନେବା ପରେ ସେ ସବୁ ସତ ମାନିଥିଲା । ମୁଖ୍ୟ ଅଭିଯୁକ୍ତ ଅଲେଖ ପ୍ରଧାନ କଥାରେ ପରିଚାଳିତ ହୋଇ ଏବଂ ତାହା ଠାରୁ ନିଶାଦ୍ରବ୍ୟ ସେବନ କରି ଦୀର୍ଘଦିନ ଧରି ଏହି ରାକେଟ୍ ଚଳାଇ ଆସୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ସାଇକେଲ ଚୋରୀ କରି ଏହାକୁ କ୍ରିଦାଶପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିକ୍ରି କରାଯାଇଥିଲା l ଅଭିଯୁକ୍ତଙ୍କ ଠାରୁ ପୁଲିସ ୨୫ଟି ସାଇକେଲ ଜବତ କରିଛି ଏବଂ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.