Below header

ମାଣଓଷା ଗୁରୁବାରରେ ଲକ୍ଷ୍ମୀଙ୍କୁ ବନ୍ଦୀ କରିଦେଲେ ଶାଶୁଘର ଲୋକେ

ସ୍ୱାମୀ ସିନା ଲୁଚିକି ଛାଡିକି ପଳାଇଲେ କିନ୍ତୁ ଦାଣ୍ଡରେ ତମ୍ବୁ ପକାଇ ବୋହୁର ଅଧିକାର ଦାବି କରି ଜଗିରହିଲେ ଲକ୍ଷ୍ମୀ । ଆଜିର ନାରୀ ଅବଳା କି ଦୁର୍ବଳା ନୁହଁ ବୋଲି କୁହାଯାଉଥିଲେବି ଅନେକ ସ୍ଥାନରେ ବାସ୍ତବ ଚିତ୍ର କିନ୍ତୁ ଆଉ କିଛି ବଖାଣୁଛି ।

ଲକ୍ଷ୍ମୀ ଓ ନୃସିଂହ ଦୁଇ ବର୍ଷ ତଳେ ବାହା ହେଇଥିଲେ । କିନ୍ତୁ ବୋହୂ ଭାବେ ଗ୍ରହଣ କଲେନି ଶାଶୁଘର ଲୋକେ । ଘର ଛାଡି ନୃସିଂହ କେଉଁଆଡେ ଚାଲି ଯାଇଛନ୍ତି । ସ୍ୱାମୀ ସିନା ଲୁଚିକି ଛାଡିକି ପଳାଇଲେ କିନ୍ତୁ ଦାଣ୍ଡରେ ତମ୍ବୁ ପକାଇ ବୋହୁର ଅଧିକାର ଦାବି କରି ଜଗିରହିଲେ ଲକ୍ଷ୍ମୀ । ଆଜିର ନାରୀ ଅବଳା କି ଦୁର୍ବଳା ନୁହଁ ବୋଲି କୁହାଯାଉଥିଲେବି ଅନେକ ସ୍ଥାନରେ ବାସ୍ତବ ଚିତ୍ର କିନ୍ତୁ ଆଉ କିଛି ବଖାଣୁଛି । ନାରୀ ମାନେ ଆଜି ବି ନିର୍ଯ୍ୟାତନାର ଶିକାର ହେଉଛନ୍ତି । ବିଶେଷ କରି ବୋହୂ ପ୍ରତି ଶାଶୁ ଘରର ଦୃଷ୍ଟି ଭଙ୍ଗୀ ବଦଳୁ ନାହିଁ ।

ଆଜି ମାର୍ଗଶୀର ଗୁରୁବାର ଏଣୁ ଘରେ ଘରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଉଛି । କିନ୍ତୁ ଏଇ ଲକ୍ଷ୍ମୀଙ୍କୁ ଘର ଭିତରେ ତାଲା ଦେଇ ନିର୍ଯ୍ୟାତନା ଦିଆଯାଉଛି ।ଏଭଳି ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ପଞ୍ଚମା ଗାଁରୁ । ଶାଶୂ, ନଣନ୍ଦ କିନ୍ତୁ ଅଭିଯୋଗକୁ ଖଣ୍ଡନ କରି ଓଲଟା ଅଭିଯୋଗ କରିଛନ୍ତି । ଯାହା ସୂଚନର ରହିଛି ସେହି ଗାଁର ଲକ୍ଷ୍ମୀ ଓ ନୃସିଂହ ଦୁଇ ବର୍ଷ ତଳେ ବିବାହ କରିଥିଲେ । ଲକ୍ଷ୍ମୀଙ୍କୁ କିନ୍ତୁ ଶ୍ୱଶୁର ଘର ଗ୍ରହଣ କରୁନଥିବା ବେଳେ ନୃସିଂହ କେଉଁ ଆଡ଼େ ଚାଲି ଯାଇଛନ୍ତି । ଦାଣ୍ଡରେ ପୋଲିସ ତମ୍ବୁ ପକାଇ ଜଗିଛି । ପୂର୍ବରୁ ସମାଜସେବୀ ପ୍ରମିଳା ତ୍ରିପାଠୀ ଘଟଣାରେ ହସ୍ତକ୍ଷେପ କରିଥିଲେ ।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଂଚମା ଗାଁର ଲକ୍ଷ୍ମୀ ମଣ୍ଡଳ ଓ ନୃସିଂହ ପ୍ରଧାନଙ୍କ କଥା । ଦୁଇ ବର୍ଷ ତଳେ ବିବାହ କରିଥିଲେ ସେମାନେ । ହେଲେ ଶ୍ୱଶୁର ଘର ଲକ୍ଷ୍ମୀଙ୍କୁ ଗ୍ରହଣ କରିନଥିଲେ । ନ୍ୟାୟ ପାଇଁ ଲକ୍ଷ୍ମୀ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲା । ଖବର ପାଇ ସମାଜସେବୀ ପ୍ରମିଳା ତ୍ରିପାଠୀ ହସ୍ତକ୍ଷେପ କରି ଲକ୍ଷ୍ମୀଙ୍କୁ ଶାଶୂ ଘର ଭିତରକୁ ପ୍ରବେଶ କରାଇଥିଲେ ।

ଆଜି ମାର୍ଗଶୀର ଗୁରୁବାରରେ ଘରେ ଘରେ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଉଥିବା ବେଳେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଏବେ ପୁଣି ଥରେ ଅଭିଯୋଗ କରିଛନ୍ତି ଲକ୍ଷ୍ମୀ । ଗତ ୨୧ ଦିନ ଧରି ଶାଶୂ ଘର ଲୋକ ଖାଇବାକୁ ଦେଉ ନାହାନ୍ତି ଏପରିକି ଶୌଚ କରିବାକୁ ବାହାରକୁ ଛାଡ଼ୁନାହାନ୍ତି ବୋଲି ଲକ୍ଷ୍ମୀ ବାସ୍ପରୁଦ୍ଧ କଣ୍ଠରେ ଘର ଭିତରୁ ନ୍ୟାୟ ପାଇବା ପାଇଁ ଅକୁଳ ନିବେଦନ କରିଛନ୍ତି । ଏହି ଖବର ଜାଣିବା ପରେ ପ୍ରମିଳା ତ୍ରିପାଠୀ ମଧ୍ୟ ପୁଣି ଥରେ ଏଥିରେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି ।

ତେବେ ଘଟଣାଟି ଥିଲା କିଛି ଏପରି , ବ୍ରହ୍ମପୁର ନିକଟବର୍ତୀ ପଞ୍ଚମା ରଙ୍ଗୁଣି ସାହି ନିବାସୀ ନୃସିଂହ ପ୍ରଧାନ ୨୦୨୧ ଡ଼ିସେମ୍ବର ୨୭ରେ ସେହି ଗ୍ରାମର ଲକ୍ଷ୍ମୀ ମଣ୍ଡଳଙ୍କୁ କୋର୍ଟରେ ବିବାହ ନେଇ ଶପଥ ପାଠ କରିଥିଲେ । ତେବେ ନୃସିଂହଙ୍କ ପରିବାର ଲୋକ ଲକ୍ଷ୍ମୀଙ୍କୁ ଗ୍ରହଣ କରିବା ପାଇଁ ରାଜି ହୋଇନଥିଲେ । ତାର ପ୍ରତିବାଦରେ ଲକ୍ଷ୍ମୀ ଥାନାରେ ଅଭିଯୋଗ କରିବା ସହ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଥିଲେ । ପ୍ରମିଳା ତ୍ରିପାଠୀ ଖବର ପାଇ ସେଥିରେ ହସ୍ତକ୍ଷେପ କରିଥିଲେ ଓ ଲକ୍ଷ୍ମୀଙ୍କୁ ଶ୍ୱଶୁର ଘର ଭିତରକୁ ପ୍ରବେଶ କରାଇଥିଲେ । ତେବେ ଜାଆ, ଶାଶୂ ଓ ନଣନ୍ଦ କିନ୍ତୁ ଅଭିଯୋଗକୁ ଖଣ୍ଡନ କରୁଛନ୍ତି । ଆମେ ନଥିବା ସମୟରେ ଲକ୍ଷ୍ମୀ ଘର ଭିତରକୁ ପଶି ଯାଇଛି ବୋଲି କହିବା ସହ ସେ ନୃସିଂହଙ୍କୁ ବିବାହ କରିନାହିଁ ବୋଲି କହିଛନ୍ତି । ଅନ୍ୟ ପଟେ ଗ୍ରାମବାସୀ ଘଟଣାକୁ ନେଇ ନୀରବଦ୍ରଷ୍ଟା ସାଜିଥିଲେ ବି ଠିକ୍ ଉଚିତ ମାର୍ଗରେ ସମାଧାନ ହେବା ଦରକାର ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.