Below header

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମିକୁ ଦେଶର ଶ୍ରେଷ୍ଠ ପୋଲିସ୍ ତାଲିମ କେନ୍ଦ୍ର ପୁରସ୍କାର ପ୍ରଦାନ

ଭୁବନେଶ୍ୱର(କେନ୍ୟୁଜ୍): ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମିକୁ ଦେଶର ଶ୍ରେଷ୍ଠ ପୋଲିସ୍ ତାଲିମ କେନ୍ଦ୍ର ପୁରସ୍କାର ପ୍ରଦାନ । ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ବିପିଏସ୍‌ପିଏକୁ ଏହି ସମ୍ବର୍ଦ୍ଧନା ମିଳିଛି। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ବିପିଏସ୍‌ପିଏର ଅତିରିକ୍ତ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ପ୍ରଦାନ କରିଛନ୍ତି।

ସୂଚନା ମୁତାବକ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମି ୨୦୨୦-୨୦୨୧ ବର୍ଷ ପାଇଁ ଗେଜେଟେଡ୍ ଅଫିସର୍ ବର୍ଗ ପାଇଁ ସମସ୍ତ ରାଜ୍ୟ ମଧ୍ୟରେ ସର୍ବଶ୍ରେଷ୍ଠ ପୋଲିସ୍ ତାଲିମ କେନ୍ଦ୍ର ଭାବରେ ବିବେଚିତ ହୋଇଥିଲା। ପ୍ରଶିକ୍ଷଣ ସୁବିଧା, ପଦ୍ଧତି, ପ୍ରଶିକ୍ଷକଙ୍କ ଦକ୍ଷତା, ଅଧ୍ୟାପକ ଓ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଆଦି ସମସ୍ତ ଦିଗକୁ ବିଚାର କରିବା ପରେ ବିପିଏସ୍‌ପିଏକୁ ଏହି ଶ୍ରେଷ୍ଠ ମାନ୍ୟତା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.