ଗୋପ-କୋଣାର୍କରେ ଦୁଇ ବାଇକ୍ ମୁହାଁମୁହିଁ

ପୁରୀ: ଗୋପ-କୋଣାର୍କ ରାସ୍ତାର ଫାୟାର ଷ୍ଟେସନ ଛକ ନିକଟରେ ଦୁର୍ଘଟଣା। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ହୋଇଛନ୍ତି ୩ ଜଣ। ମୃତକ ହେଲେ ଆଠଗଡ଼ ଥାନା ରାସୋଳ ଗାଁର ପ୍ରଦୀପ୍ତ ସାହୁ। ସାଙ୍ଗମାନଙ୍କ ସହ ପ୍ରଦୀପ କୋଣାର୍କ ଯାଉଥିଲେ। ରାସ୍ତାରେ ଏକ ଗାଡ଼ିକୁ ଓଭରଟେକ୍ କରିବା ବେଳେ ସାମ୍ନାରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇଥିଲା। ଗୁରୁତରମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।