ପ୍ରତି ମାସରେ ୫ ରୁ ୧୦ ଲକ୍ଷ ରୋଜଗାର କରିବାର ସୁଯୋଗ : ଅମୂଲ ଆଣିଛି ଦମଦାର ଅଫର୍

ଦମଦାର ଅଫର ଆଣିଛି ଲୋକପ୍ରିୟ ଡାଏରୀ ପ୍ରଡକ୍ଟ ଅମୂଲ୍ । ଯେଉଁଲୋକ ଅଳ୍ପ ଟଙ୍କାରେ ଅଧିକ ଭଲ କାରବାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଅବସର ଆଣିଦେଇଛି ଅମୂଲ୍ । ଅମୂଲ ଦାବି କରିଛି ଯେ ତାଙ୍କ କମ୍ପାନୀ ସହ ଯୋଡି ହୋଇ ପ୍ରତିମାସରେ ୫ ରୁ ୧୦ ଲକ୍ଷ ପର୍ୟ୍ୟନ୍ତ ଟଙ୍କା ରୋଜଗାର କରିପାରିବେ । କମ୍ପାନୀର ଅଧିକାରିକ ୱେବସାଇଟ୍ ଅନୁସାରେ ଅମୂଲ୍ ନିକଟରେ ଅନେକ ପ୍ରକାର ଫ୍ରାଞ୍ଚାଇଜ୍ ଖୋଲିବାର ଅଫର୍ ରହିଛି , ଯେଉଁଥିରେ କାମ ଚାଲିଛି ।

କମ୍ପାନୀ ମୂତାବକ ଫ୍ରାଞ୍ଚାଇଜ୍ ଖୋଲିବା ପାଇଁ ଆପଣଙ୍କୁ ରୟାଲିଟି ଏବଂ ଲାଭାଂଶ ବାବଦରେ କିଛି ଟଙ୍କା ଦେବାକୁ ପଡିବ ନାହିଁ । ଫ୍ରାଚାଇଜ୍ କେବଳ ୨ଲକ୍ଷ ଟଙ୍କାରେ ମଧ୍ୟ ଖୋଲିପାରିବେ । ଏଥିପାଇଁ କେବଳ ଗୋଟିଏ ଭଲ ଲୋକେସନରେ ପୂର୍ବରୁ ତିଆରି ହୋଇଥିବା ଦୋକାନ କିମ୍ବା ଜାଗା ଥିବା ଦରକାର । ଏହା ଭଡାରେ ହୋଇଥିଲେ ମଧ୍ୟ ଚଳିବ । ଦେଢ ଲକ୍ଷରୁ ୬ ଲକ୍ଷ ପର୍ୟ୍ୟନ୍ତ ଖର୍ଚ୍ଚ ହେଲେ ସମସ୍ତ ଟଙ୍କା ଫ୍ରାଞ୍ଚାଇଜ୍ ନିଜେ ଉଠାଇବ । ଏଥିରେ ଦୋକାନର ଇଣ୍ଟେରିୟର୍ ଏବଂ ଉପକରଣ ଆଦି ସାମିଲ୍ ହେବ ।

ଅମୂଲ୍ ଅନେକ ପ୍ରକାର ଫ୍ରାଞ୍ଜାଇଜ୍ ଅଫର୍ କରୁଛି । ଯେମିତି କି ଅମୂଲ୍ ଆଉଟଲେଟ୍, ଅମୂଲ୍ ରେଲୱେ ପାର୍ଲର୍ କିମ୍ବା ଅମୂଲ୍ କିଓସ୍କୋ । ଏସବୁ ପାଇଁ ମାତ୍ର ୨ ଲକ୍ଷ ନିବେଶ କରିବାକୁ ପଡିବ । ଏହା ବ୍ୟତୀତ ୨୫ ହଜାର ଟଙ୍କାର ବ୍ରାଣ୍ଡ୍ ସିକ୍ୟୁରିଟି ଲାଗିବ ଯାହା ନନ୍ ରିଫଣ୍ଡେବଲ୍ । ଦ୍ବିତୀୟ ପ୍ରକାର ଫ୍ରାଞ୍ଚାଇଜ୍ ହେଉଛି ଅମୂଲ୍ ଆଇସକ୍ରିମ୍ ସ୍କୁପିଙ୍ଗ୍ ପାର୍ଲର୍ । ଏଥିପାଇଁ ୫ ଲକ୍ଷ ଟଙ୍କା ନିବେଶ କରିବାକୁ ପଡିବ । ଏଥିରେ ୫୦ହଜାର ଟଙ୍କା ବ୍ରାଣ୍ଡ୍ ସିକ୍ୟୁରିଟି ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.