Below header

ସିସିଟିଭି ସାମ୍ନାରୁ ବାଇକ୍ ନେଇ ଛୁ ମାରିଲେ ଚୋର

ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତ ଧାନବର ଖୁଣ୍ଟା ଗ୍ରାମର ଗୌତ୍ତମ ମଲିକ ଗତ ୨୯ତାରିଖ ଦିନ ମାର୍କୋଣା ଠାରେ ଅବସ୍ଥିତ କାନାଡା ବ୍ୟାଙ୍କକୁ ନିଜ ବାଇକ୍ ରେ ଯାଇଥିଲେ । ବ୍ୟାଙ୍କ ସାମ୍ନାରେ ବାଇକଟିକୁ ରଖି ଉପର ମହଲାରେ ଥିବା ବ୍ୟାଙ୍କ ଭିତରକୁ ଯାଇଥିଲେ । ତେବେ ପାଖାପାଖି ୧୦ ମିନିଟ୍ ଭିତରେ ଆସିଲା ବେଳକୁ ତାଙ୍କ ବାଇକଟି ଆଉ ସେଠାରେ ନଥିଲା ।

ସୋର (କେନ୍ୟୁଜ): ସେ ରାଜଧାନୀ ଭୁବନେଶ୍ଵର ହେଉକି ବାଲେଶ୍ଵର ,ସବୁ ଗଳିକନ୍ଦି, ଛକ ବଜାରରେ ମାତିଛନ୍ତି ଲୁଟେରା । ଯୋଉଠୁ ଶୁଣିବ ସବୁଠି ଚୋରି ଚୋରି ଖାଲି ଚୋରି । ସକାଳ ପାହିଲେ ଚୋରଙ୍କ କାରନାମାକୁ ନେଇ ଗଣମାଧ୍ୟମରେ ଖବର । ପୋଲିସ୍ ପ୍ରଶାସନ ଯେତେ କଠୋର ନୀତି ଅବଲମ୍ବନ କରୁଛି ଏହି ଚୋର ମାନଙ୍କର ଉତ୍ପାତ ଦିନକୁ ଦିନ ସେତେ ବଢୁଛି । ସତ କହିବାକୁ ଗଲେ ପୋଲିସ୍ କୁ ମୁହାଁ ମୁହିଁ ଚାଲେଞ୍ଜ ଦେଉଛନ୍ତି ଏମାନେ । ସିସିଟିଭି ସାମ୍ନାକୁ ଚୋରି କରି ଫେରାର୍ ମାରୁଛନ୍ତି । ଯାହାର ଏକ ଭୁଜୁଆଲ୍ ସାମ୍ନାକୁ ଆସିଛି ।

ଗତ ୨୯ ଜାନୁଆରୀ ସୋମବାର ଦିନ ପ୍ରାୟ ୧ଟା ୫୭ମିନିଟ୍ ସମୟରେ ଏକ ମୋଟରସାଇକେଲ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଯାହା ଖବର ମିଳିଥିଲା କି, ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତ ଧାନବର ଖୁଣ୍ଟା ଗ୍ରାମର ଗୌତ୍ତମ ମଲିକ ଗତ ୨୯ତାରିଖ ଦିନ ମାର୍କୋଣା ଠାରେ ଅବସ୍ଥିତ କାନାଡା ବ୍ୟାଙ୍କକୁ ନିଜ ବାଇକ୍ ରେ ଯାଇଥିଲେ । ବ୍ୟାଙ୍କ ସାମ୍ନାରେ ବାଇକଟିକୁ ରଖି ଉପର ମହଲାକୁ ଯାଇଥିଲେ । ତେବେ ପାଖାପାଖି ୧୦ ମିନିଟ୍ ଭିତରେ ତଳକୁ ଆସି ଦେଖିଲା ବେଳକୁ ତାଙ୍କ ବାଇକଟି ଆଉ ସେଠାରେ ନଥିଲା ।

ତେବେ ଉକ୍ତ ବ୍ୟାଙ୍କର ସିସିଟିଭି କ୍ୟାମେରା ଚେକ୍ କରିବାରୁ ଦୁଇ ଜଣ ଚୋର ଗାଡି ଟିକୁ ନେଇଯିବାର ଦେଖିବାକୁ ପାଇଥିଲେ ଗୌତ୍ତମ । ଅନେକ ଖୋଜାଖୋଜି କଲେ ସୁଧା କୌଣସି ପତ୍ତା ପାଇ ନଥିଲେ । ଶେଷରେ ନିରାଶ ହୋଇ ନିକଟସ୍ଥ ସିମୁଳିଆ ଥାନାରେ ସେ ଏନେଇ ଅଭିଯୋଗ କରିଛନ୍ତି । ଗୌତ୍ତମ ଜଣେ ଗରିବ ଶ୍ରେଣୀର ଲୋକ । ତାଙ୍କ ଗାଡ଼ି ଚୋରି ହୋଇଯିବାରୁ ସେ ମାନସିକ ଭାବେ ଭାଙ୍ଗି ପଡିଛନ୍ତି । ସେ ନିବେଦନ କରିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ଏହି ଘଟଣାର ତଦନ୍ତ କରି ଚୋରି ହୋଇଥିବା ଗାଡ଼ିକୁ ତାଙ୍କୁ ଫେରାଇଦେଉ ।

ଦିନକୁ ଦିନ ବଢ଼ିଚାଲିଛି ଚୋରି ଲୁଟ୍‌ପାତ୍‌ । ସେ ସୁନା ଗହଣା ହେଉ ଅବା ବାଇକ୍ କି ଆଉ କିଛି ଜିନିଷ । ଚୋରି ହେବା ଟା ଥୟ । ଆପଣ ମଧ୍ୟ ଚୋରି ସମୟର ଅନେକ ଦୃଶ୍ୟ ଦେଖିଥିବେ। ତେବେ ସାବଧାନ୍ ରୁହନ୍ତୁ ଏହି ଚୋର ମାନଙ୍କଠାରୁ । ନିଜ ଦାୟିତ୍ୱରେ ସୁରକ୍ଷିତ ଭାବେ ନିଜ କଷ୍ଟ ଅର୍ଜିତ ଜିନିଷକୁ ରଖନ୍ତୁ। ନହେଲେ ଏଭଳି ଭାବେ ଚୋରମାନଙ୍କର ଟାର୍ଗେଟ ହୋଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.