Below header

ରାଞ୍ଚି-ବିଜୟୱାଡା ରାଜପଥରେ ସଡ଼କ ଦୁର୍ଘଟଣା: ବାଇକ ଆରୋହୀ ମୃତ, ପଥଚାରୀ ଗୁରୁତର 

ଦେବଗଡ(କେନ୍ଯୁଜ୍): ଦେବଗଡ ଥାନା ଅନ୍ତର୍ଗତ ସୁଗୁଡା ନିକଟସ୍ଥ କମଳାବଗିଚା ଗ୍ରାମ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ରାଜପଥରେ ଗତ ରାତିରେ ଏକ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ଜଣେ ପଥଚାରୀ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଦେବଗଡ ପୌରାଞ୍ଚଳର ପୁରୁଣାଗଡର ସୁରଜ ବାଘ(୨୪) ନାମକ ଜଣେ ଯୁବକ ଏକ ବାଇକ( ନଂ-ଓଆର-୧୬-ଏ-୪୨୬୮) ଯୋଗେ ସୁଗୁଡା ପଟୁ ଦେବଗଡ ଅଭିମୁଖେ ଆସୁଥିବା ବେଳେ କମଳା ବଗିଚା ନିକଟସ୍ଥ ରାଞ୍ଚି-ବିଜୟୱାଡା ରାଜପଥରେ ଭାରସାମ୍ୟ ହରାଇ ଚାଲି ଚାଲି ନିଜ ଘରକୁ ଯାଉଥିବା ଝସକେତନ ନାୟକ(୫୪) ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ସହ ରାସ୍ତା ଉପରକୁ ବାଇକ ସହ ଛିଟିକି ପଡିଥିଲେ। ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତ ଶ୍ରାବ ହେବା ସହ ଘଟଣାସ୍ଥଳରେ ସୁରଜଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ପଥଚାରୀ ଝସକେତନ ବାଇକ ଧକ୍କାରେ ଗୁରତର ଆହତ ହୋଇ ରାସ୍ତାକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ  ଗୁରୁତର ଅବସ୍ଥାରେ ଝସକେତନ ଏବଂ ସୁରଜଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ସୁରଜଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଦେବଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.