ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ମହିଳାଙ୍କ ମୃତ୍ୟୁ

ଯାଜପୁର(କେନ୍ଯୁଜ୍): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଜନକ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ବୁଡି ମହିଳାଙ୍କ ମୃତ୍ୟୁ । ମୃତ ମହିଳା ହେଲେ ସେହି ଗ୍ରାମର ବିନୋଦ ସାମଲଙ୍କ ପତ୍ନୀ କଳ୍ପନା ସାମଲ । ସୂଚନା ଅନୁଯାୟୀ ସେ ଆଜି ଭୋର ସମୟରେ ନଦିକୁ ଗାଧୋଇବାକୁ ଯାଇଥିବା ସମୟରେ ଆସବଧାନତାବସତଃ ପାଣିରେ ବୁଡି ଯାଇଥିଲେ । ଘଟଣାସ୍ଥଳରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାକୁ
ଆଣିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.