ଆସିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ, ଅତି ନିକଟରୁ ହୋଇଛି ଗୁଳିମାଡ

ମଧ୍ୟପ୍ରଦେଶ: ଆସିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ । ଛାତିରେ ୩ଟି ଗୁଳିବାଜିଥିବା ସହିତ ଅତ୍ୟଧିକ ରକ୍ତସ୍ରାବ ଫଳରେ ମୃତ୍ୟୁ ହୋଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଏପରିକି ବିକାଶକୁ ଅତି ନିକଟରୁ ଗୁଳିମାଡ ହୋଇଥିବା ରିପୋର୍ଟରେ କୁହାଯାଇଛି । ଦୁଇଟି ଗୁଳି ଛାତିରେ ବାଜିଥିବା ବେଳେ ଅନ୍ୟ ଏକ ଗୁଳି ଅଣ୍ଟାରେ ବାଜିଛି।

ଏକ ଘଣ୍ଟା ଧରି ଚାଲିଥିବା ପୋଷ୍ଟମର୍ଟମର ଭିଡିଓଗ୍ରାଫି ହୋଇଛି । ସେହିପରି ବିକାଶର କରୋନା ରିପୋର୍ଟ ନେଗେଟିଭ ଆସିଛି। ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ପରେ ଅନ୍ତିମସଂସ୍କାର କରାଯାଇଛି । ତେବେ ଅନ୍ତେଷ୍ଟିରେ ସାମିଲ ହେବାକୁ ବିକାଶର ବାପା ମନା କରିଦେଇଥିଲେ ।

ସୂଚନା ଥାଉକି,  ଗତକାଲି ବିକାଶ ଦୁବେକୁ ପୋଲିସ ଏନକାଉଣ୍ଟର କରିଥିଲା । ମଧ୍ୟପ୍ରଦେଶରୁ କାନପୁରକୁ ଆଣିବା ବେଳେ ବାଟରେ ପୋଲିସଠାରୁ ବନ୍ଧୁକ ଛଡାଇବାକୁ ଉଦ୍ୟମ କରିଥିଲା ବିକାଶ । ଠିକ୍ ଏହି ସମୟରେ ପୋଲିସ ଏନକାଉଣ୍ଟର କରିଥିଲା । ଯେଉଁଥିରେ ବିକାଶ ଦୁବେର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.