Below header

ଦେଶରେ ବ୍ରେକ ଲେସ କରୋନା ! ୮ ଲକ୍ଷ ପାର ହେଲାଣି ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନ କୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଭାରତରେ ସଂକ୍ରମଣ ସଂଖ୍ୟା ୮ ଲକ୍ଷ ପାଖାପାଖିରେ ପହଞ୍ଚିଲାଣି । ଦ୍ରୁତ ଗତିରେ ବଢିଚାଲିଛି ପଜିଟିଭ ସଂଖ୍ୟା । ରିପୋର୍ଟ ଅନୁଯାୟୀ, ଏଯାବତ ମୋଟ୍‌ ୭ଲକ୍ଷ ୯୩ ହଜାର ୮୦୨ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୪ଲକ୍ଷ ୯୫ହଜାର ୫୧୩ ଜଣ । ସେପଟେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୧ହଜାର ୬୦୪କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ଓ ଦିଲ୍ଲୀ ପରି ରାଜ୍ୟ ଗୁଡିକରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ମହାରାଷ୍ଟ୍ରରେ ୨ଲକ୍ଷ ୩୦ହଜାର ୫୯୯ଜଣ ଆକ୍ରାନ୍ତ ହୋଇଥିବାବେଳେ ୯ହଜାର ୬୬୭ଜଣଙ୍କ ମୃତ୍ୟୁ ହୋଇଛି । କେବଳ ରାଜଧାନୀ ଦିଲ୍ଲୀରେ ହିଁ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଛି ।

ଯେବେକି ୩ ହଜାର ୨୫୮ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟ ଓ ତାମିଲନାଡୁରେ ମଧ୍ୟ କରୋନା ଦ୍ରୁତ ଗତିରେ ଜୀବନ ନେବାରେ ଲାଗିଛି । ସଂକ୍ରମିତ ସହ ଆରୋଗ୍ୟ ହାର ମଧ୍ୟ ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ହାର ୬୩ ପ୍ରତିଶତରେ ପହଞ୍ଚିଛି । ମୃତ୍ୟୁ ହାର ରହିଛି ୨.୭୨ ପ୍ରତିଶତ । ସେପଟେ ସଂକ୍ରମଣ ବଢୁଥିବାରୁ ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ରାଜ୍ୟକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟ ସରକାର ମାନେ କଡ଼ା ପଦକ୍ଷେପ ମାନ ମଧ୍ୟ ଗ୍ରହଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.