ସମ୍ବଲପୁର ଶାସନ ଥାନା ନିକଟରୁ ଅପହୃତ ବ୍ୟବସାୟୀ ନରେଶ ଅଗ୍ରଓ୍ଵାଲ୍ ହୀରାକୁଦରୁ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଶାସନ ଥାନା ନିକଟରୁ ଅପହୃତ ବ୍ୟବସାୟୀ ହୀରାକୁଦରୁ ଉଦ୍ଧାର । ଅପହରଣର ଖୁବ୍‌ କମ୍‌ ସମୟ ଭିତରେ ବ୍ୟବସାୟୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ଆସିବା ପରେ ଏସ୍‌ଡିପିଓଙ୍କ ନେତୃତ୍ୱରେ ୫ଟି ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ବିଳମ୍ବିତ ରାତିରେ ୬୨ ବର୍ଷୀୟ ବ୍ୟବସାୟୀ ନରେଶ ଅଗ୍ରଓ୍ଵାଲଙ୍କୁ ହୀରାକୁଦ ଏଫ୍‌ଆଇସି ନିକଟରୁ ଉଦ୍ଧାର କରିଥିବା ସ୍ପଷ୍ଟ କରିଛି ।

ସୂଚନା ଥାଉକି, ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଫିଙ୍ଗି ପଳାଇଥିଲେ ଦୁର୍ବୃତ୍ତ । ଅନ୍ଯପଟେ ତଦନ୍ତରେ ବାଧା ହେବା ଆଶାଙ୍କା ଥିବାରୁ ସଂପୂର୍ଣ୍ଣ ପରଦା ନଉଠିବା ପର୍ଯ୍ୟନ୍ତ ପୋଲିସ କୌଣସି ତଥ୍ୟ ଦେବାକୁ ମନା କରିଛି । ଗତକାଲି ବନ୍ଧୁକ ମୁନରେ ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ବାଇପାସ୍‌ ରାଜ୍ୟ ରାଜପଥ ନିକଟରୁ ଜୋର ଜବରଦସ୍ତ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.