କୋରୋନାକୁ ହରାଇବାକୁ ହେଲେ ଆବଶ୍ୟକ ସଚେତନତା, ଗୀତ ଗାଇ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି ବିଞ୍ଝାରପୁର ପୋଲିସ

ଯାଜପୁର ଟାଉନ(କେନ୍ୟୁଜ): କୋରୋନାକୁ ହରାଇବାକୁ ହେଲେ ଆବଶ୍ୟକ ସଚେତନତା । ଏଥିପାଇଁ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି ଯାଜପୁର ଜିଲା ବିଂଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା । ବିଞ୍ଝାରପୁର ଥାନା ଅଧିକାରୀ ଶିବ ଚରଣ ବେହେରା ଗୀତ ଗାଇ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରିଛନ୍ତି । ଥାନା ଅଧିକାରୀ ଶ୍ରୀ ବେହେରା ଏହି ଗୀତକୁ ରଚନା କରିବା ସହିତ କଣ୍ଠଦାନ ମଧ୍ୟ କରିଛନ୍ତି । ନିଜେ ଗାଁକୁ ଗାଁ ବୁଲି ହିନ୍ଦୁ, ମୁସଲମାନ, ଶିଖ୍ ଇସାଇ ଲୋକେ ଏହି ବିପଦ ସମୟରେ କିଭଳି ମିଳିତ ଭାବେ କରୋନାର ମୁକାବିଲାରେ ସହଯୋଗ କରିବେ ସେ ନେଇ ଗୀତ ମାଧ୍ୟମରେ ସଚେତନ କରାଯାଇଛି । ଏହା ସହିତ ସାଧାରଣ ଲୋକେ ପୁଲିସ ଓ ପ୍ରଶାସନର ନୀୟମ ପାଳନ କରି ଲକ ଡାଉନ ସମୟରେ ଘରୁ ନବାହାରିବା, ଆବଶ୍ୟକ ସ୍ଥଳେ ଘରୁ ବାହାରିବା ବେଳେ ମାକ୍ସ ଓ ଗ୍ଲୋବସ୍ ବ୍ୟବହାର କରିବା, ସାମାଜିକ ଦୁରତ୍ୱ ବଜାୟ ରଖିବା, ବାରମ୍ବାର ହାତ ଧୋଇବା, ବିପଦ ବେଳେ ଅନ୍ୟକୁ ସାହାର୍ଯ୍ୟ କରିବା ଭଳି ବହୁ ଗୁରୁତ୍ୱ ପୂର୍ଣ୍ଣ ସଚେତନତା ବାର୍ତ୍ତା ଏହି ଗୀତ ମାଧ୍ୟମରେ ଲୋକଙ୍କ ନିକଟରେ ପହଁଚାଇବାକୁ ପ୍ରୟାସ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.