Below header

ପାଣିପାଗ : ସାତଟି ଜିଲ୍ଲାରେ ପାରଦ ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ଦୁଇ ଦିନ ଭଳି ଆଜି ମଧ୍ୟ ରାଜ୍ୟରେ ତାତିର ରାଜୁତି ଦେଖିବାକୁ ମିଳିଛି । କେବଳ ଚାନ୍ଦବାଲିକୁ ଛାଡ଼ି ଅନ୍ୟ ସବୁ ସମୁଦ୍ର କୂଳ ଅଞ୍ଚଳରେ ତାତି ଅପେକ୍ଷାକୃତ କମ୍‌ ରହିଛି । ତେବେ ଟିଟିଲାଗଡ଼ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସମାନ ଓ ସର୍ବାଧିକ । ଏହି ଦୁଇ ଜାଗାରେ ଆଜି ସର୍ବାଧିକ ତାପମାତ୍ରା ରହିଥିଲା ୪୧.୫ ଡିଗ୍ରୀ ସେଲସିୟସ୍‌ । ଏହା ପଛକୁ ବଲାଙ୍ଗିର ୪୧.୨, ଚାନ୍ଦବାଲି ଓ ଅନୁଗୁଳ ୪୦.୭, ମାଲକାନଗିରି ୪୦.୨, କଟକ, ୪୦.୧ ଡିଗ୍ରୀ ସେଲସିୟସ୍‌ ରହିଥିଲେ । ଆଜି କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ଅଳ୍ପ ପରିମାଣର ବର୍ଷା ହୋଇଥିବା ସୂଚନା ମିଳିଛି ।

ଏଭଳି ପ୍ରଚଣ୍ଡ ତାତି ଯୋଗୁଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

TEMP-1

TEMP-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.