Below header

ନିଯୁକ୍ତି ନେଇ ଭୁଆଁ ବୁଲାଉଛି ବିଜେପି, ଅଭିଯୋଗ କଲା ବିଜେଡି

ଭୁବନେଶ୍ବର (କେନ୍ୟୁଜ୍): ରାଜ୍ୟ ବିଜେପି ପ୍ରତିଶ୍ରୁତିପତ୍ର ମାଧ୍ୟମରେ ପୁଣିଥରେ ରାଜ୍ୟର ଯୁବକଯୁବତୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଛି । ଗତ ୨୦୧୪ ନିର୍ବାଚନ ବେଳେ ବିଜେପି ପ୍ରତିଶ୍ରୁତି ଦେଇଥିଲା ବର୍ଷକୁ ଦୁଇ କୋଟି ନିଯୁକ୍ତି ଦିଆଯିବ । ହେଲେ ଏ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଏବେ ପୁଣି ସେହି ପ୍ରତିଶ୍ରୁତି ମାଧ୍ୟମରେ ରାଜ୍ୟର ଯୁବକଯୁବତୀଙ୍କ ଭୁଆଁ ବୁଲାଇବା ପାଇଁ ବିଜେପି ଉଦ୍ୟମ କରୁଥିବା ବିଜେଡି କହିଛି ।

ଏନେଇ କେନ୍ଦ୍ରକୁ ଟାର୍ଗେଟ କରିବା ସହ ବିଜେଡି କହିଛି, ଗତ ୪୫ ବର୍ଷ ଭିତରେ ସବୁଠୁ ଅଧିକ ବେକାରୀ ବଢିଛି। ଏହାସହ ରାଜ୍ୟରେ କେତେ ନିଯୁକ୍ତି ମିଳିଛି ତାହା ଉପରେ ତଥ୍ୟ ରଖିଛି ଦଳ। ବିଜେଡି ସରକାର ସିଧାସଳଖ ଭାବେ ୬ ଲକ୍ଷ ୯୪ ହଜାର ୭୭ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ପରୋକ୍ଷ ଭାବେ ୫ ଲକ୍ଷ ୫୭ ହଜାର ୧୯୪ଜଣଙ୍କୁ ନିଯୁକ୍ତି ମିଳିଛି। ଏହାସହ ଏବେ ୪୦ ହଜାରରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ରାଜ୍ୟ ସରକାର ଜାରି ରଖିଛନ୍ତି ବୋଲି ଦଳର ମୁଖପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.