ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଗଜପତି(କେନ୍ୟୁଜ୍) : ଗଜପତି ଜିଲ୍ଲା ରାମଗିରି ପୋଲିସ ପଣିସ ଡିହ ଗ୍ରାମରେ ଛାତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣଙ୍କ ସେହି ଗ୍ରାମର ନରେନ୍ଦ୍ର ରଇତ ବୋଲି ଜଣାପଡିଛି। ପୋଲିସ ସୂଚନା ମୁତାବକ, ଗତ କାଲି ଛାତ୍ରୀ ଜଣଙ୍କ ନିଜ ଗ୍ରାମ ପଣସଡିହରୁ ତବାରସିଂ ହାଇସ୍କୁଲକୁ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଜଣଙ୍କ ରାସ୍ତା ମଝିରେ ଅଟକାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡିତାର ବଡ଼ବାପା ଅଚ୍ୟୁତ ଦଳାଇ ରାମଗିରି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମଇନାର ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଏବେ ଘଟଣାର ତଦନ୍ତ ଜାରି ରହିଛି।