ପୁଲୱାମା ସହିଦ ପରିବାର ପାଇଁ ଏହି ବ୍ୟକ୍ତି ୬ଦିନରେ ଜମାକଲେ ୬ କୋଟି ଟଙ୍କା , ଏବେ ଲୋଡୁଛନ୍ତି ଭାରତ ସରକାରଙ୍କ ସାହାଯ୍ୟ

ପୁଲୱାମା ଆତଙ୍କୀ ଆକ୍ରମଣ ସାରା ଦେଶକୁ ଏକ କରିଛି। ଖାଲି ଦେଶ ମଧ୍ୟରେ ନୁହଁ ବିଦେଶ ତଥା ଦୁନିଆର କୋଣକୋଣରେ ରହୁଥିବା ଭାରତୀୟ ସହିଦଙ୍କ ପରିବାର ପାଇଁ ଏକଜୁଟ ହୋଇଛନ୍ତି। ଏନେଇ ଆଗକୁ ତାଙ୍କ ପରିବାରକୁ କୌଣସି ଅଭାବ ନହେବ ସେଥିପାଇଁ ସବୁ ବର୍ଗରୁ ସହାୟତା ରାଶି ଯୋଗାଡ କରାଯାଉଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରରେ। ସେଠାରେ ରହୁଥିବା ବିବେକ ପଟେଲ ନାମକ ଜଣେ ବ୍ୟକ୍ତି ୬ ଦିନ ମଧ୍ୟରେ ସହିଦ ପରିବାରଙ୍କ ପାଇଁ ଏକାଠି କରିଛି ୬କୋଟି ଟଙ୍କା। ତେବେ ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ କି ତାଙ୍କ ଟାର୍ଗେଟ ୩କୋଟି ଟଙ୍କା ଯୋଗାଡ କରିବାର ରହିଥିଲା। କିନ୍ତୁ ଏବେ ଏହି ସଂଖ୍ୟା ବଢ଼ି ୬କୋଟି ଟଙ୍କା ହୋଇଯାଇଛି।

bibek 2

ଦେଶର ଆତ୍ମସମ୍ମାନ ଉପରେ ହୋଇଥିବା ଏହି ଆଘାତର ପ୍ରତଶୋଧ ନେବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି କ୍ରୋଧ ଏବଂ କୋହ। ଏନେଇ ସହିଦ ଯବାନଙ୍କ ପରିବାରକୁ ସହାୟତା ପାଇଁ କଳାକାରରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଆଗକୁ ବଢ଼ିଛନ୍ତି। ସେହି ତାଲିକାରେ ଏବେ ଯୋଡି ହୋଇଛି ଆମେରିକାରେ ରହୁଥିବା ୨୬ ବର୍ଷିୟା ବିବେକ ପଟେଲ। ଯବାନଙ୍କ ସହିଦ ଖବର ମିଳିବା ପରେ ସେ ମଧ୍ୟ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଥିଲେ। କିନ୍ତୁ ଆମେରିକା କାର୍ଡ ହୋଲଡର ହୋଇଥିବା ହେତୁ ସେ ସିଧାସଳଖ ସହାୟତା ରାଶି ପଠାଇ ପାରୁନଥିଲେ।

 

ଏହାପରେ ୧୫ ଫେବ୍ରୁଆରୀ ଦିନ ସେ ଯବାନଙ୍କ ପରିବାରର ସହାୟତା ପାଇଁ ଏକ ଫେସବୁକ୍ ପେଜ୍ ଖୋଲିଥିଲେ। ଏହା ଜରୀଆରେ ସେ ସହାୟତା ରାଶି ଯୋଗାଡ କରିବା ପାଇଁ କ୍ୟାମ୍ପେନ ଆରମ୍ଭ କଲେ। ଏଥିରେ ସେ ୩କୋଟି ଟଙ୍କା ଯୋଗାଡ କରିବା ଟ୍ରାର୍ଗେଟ ରଖିଥିବା ବେଳେ ଏବେ ସେହି ସଂଖ୍ୟା ବଢ଼ି ୬କୋଟି ଟଙ୍କା ହୋଇଯାଇଛି। ଏହି ପେଜରେ ୬ଦିନ ମଧ୍ୟରେ ୨୨ହଜାର ଲୋକ ଯୋଡି ହୋଇଥିବା ଜଣାପଡ଼ିଛି।

ନିଶ୍ଚିତ ପଢ଼ନ୍ତୁ: ପୁଲୱାମା ସହିଦଙ୍କ ପାଇଁ ସହାୟତା ରାଶି ଦେବା ଆଗରୁ ସାବଧାନ, ବ୍ୟାପୁଛି ମିଥ୍ୟା ଲିଙ୍କ

ଟଙ୍କା ଯୋଗାଡ ହୋଇଥିଲେ ମଧ୍ୟ ତାହା ବର୍ତ୍ତମାନ ପର‌୍ୟ୍ୟନ୍ତ ଭାରତ ସରକାରଙ୍କ ପାଖରେ ପହଞ୍ଚିପାରିନାହିଁ। ଏନେଇ ବିବେକ୍ ଭାରତ ସରକାରଙ୍କ ସାହାଯ୍ୟ କରିବା ପାଇଁ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। କିଛି ଲୋକ ପ୍ରଥମେ ଏହାକୁ ଫେକ୍ କହିଥିଲେ। କିନ୍ତୁ ପରେ ବିବେକ୍ ମେସେଜ୍ ଏବଂ ବର୍ଜିନିଆର ଏକ ରେଡିଓ ଷ୍ଟେସନ ସାହାର‌୍ୟ୍ୟରେ ତାଙ୍କ ସ୍ବରକୁ ସୁଦ୍ରୁଢ଼ କରିପାରିଥିଲେ। ଫଳରେ ତାଙ୍କ ପାଖରେ ଏବେ ପୁଲୱାମା ସହିଦ ପରିବାର ପାଇଁ ବହୁଳ ଟଙ୍କା ଯୋଗାଡ ହୋଇଯାଇଥିଲା।