ପାକିସ୍ତାନୀଙ୍କ ରୋଷେଇ ଘରୁ ଟମାଟୋ ଗାଏବ୍‌ କଲା କିଏ, ଭାରତ ?

ନୂଆଦିଲ୍ଲୀ : ଏବେ ଭାରତରେ ଟମାଟୋ ବା ବିଲାତି ବାଇଗଣ ଭାରି ଶାସ୍ତା । କାରଣ ଅମଳ ବେଳ ସରି ଆସୁଛି । ଚିନ୍ତା କରନ୍ତୁ ତ ଆମ ଶତ୍ରୁ ରାଷ୍ଟ୍ର ପାକିସ୍ତାନରେ କେତେ ହୋଇଥିବ ? ତେବେ ତା ପୂର୍ବରୁ କହି ରଖୁଛୁ ଯେ ଭାରତରୁ ଆମଦାନୀ କଲେ ପାକିସ୍ତାନ ଲୋକେ ଟମାଟୋ ଖାଆନ୍ତି । ହେଲେ ବର୍ତ୍ତମାନ ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନକୁ ଟମାଟୋ ସମେତ ଅନ୍ୟ କିଛି ପନିପରିବା ଓ ଫଳ ଆଦି ସାମଗ୍ରୀ ରପ୍ତାନି ବନ୍ଦ କରି ଦେଇଛି ଭାରତ । ତେଣୁ ସେଠାରେ ଅବସ୍ଥା ସଂଗୀନ୍‌ । ଏବେ ସେଠାରେ ଟମାଟୋ କିଲୋ ୧୮୦ ଟଙ୍କା । ଦାମ୍‌ ଏତେ ବେଶି, ତା ସାଙ୍ଗକୁ ମିଳୁ ନାହିଁ । ତେଣୁ ବିନା ଟମାଟୋରେ କିଭଳି ତରକାରୀ କରାଯିବ ତାକୁ ନେଇ ପାକ୍‌ ଗଣମାଧ୍ୟମରେ ଆଲୋଚନା କରାଯାଉଛି ।
ଗୋଟିଏ ନ୍ୟୁଜ୍‌ ଚ୍ୟାନେଲ ଏହି ଆଲୋଚନା ବେଳେ ଜଣେ ଡାକ୍ତରଙ୍କୁ ବିଶେଷଜ୍ଞ ଭାବେ ରଖିଥିଲା । ଏଥିରେ ଆଙ୍କରଙ୍କର ପ୍ରଶ୍ନ ଥିଲା ଯେ ଭାରତରୁ ଟମାଟୋ ନଆସିଲେ କଣ ତରକାରୀର ସ୍ୱାଦ ରହିବ ନାହିଁ ? ସେହି ବିଶେଷଜ୍ଞ ଉତ୍ତର ଦେଇଥିଲେ, କଖାରୁ, କମଳା ଏବଂ ତେନ୍ତୁଳି ପକାଇ ତରକାରୀ ପ୍ରସ୍ତୁତ କରନ୍ତୁ । ଆଉ ଟମାଟୋ ଉପରେ ନିର୍ଭର ନକରନ୍ତୁ ।
ଆଗକୁ ଦେଖିବାର କଥା ଟମାଟୋ ଭଳି ଆଉ କଣ କଣ ପରିବା ଓ ସାମଗ୍ରୀ ପାକିସ୍ତାନୀଙ୍କ ମାର୍କେଟ୍‌ ଓ ରୋଷେଇ ଘରୁ ଗାଏବ ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.