ପ୍ରିୟାଙ୍କା ଚୋପଡା ଗର୍ଭବତୀ ଅଛନ୍ତି କି ? ଜାଣନ୍ତୁ କଣ କହୁଛନ୍ତି ତାଙ୍କ ମା

ମୁମ୍ବାଇ : ପ୍ରିୟଙ୍କା ଚୋପଡ଼ା ଗତବର୍ଷ ଭାରତର ଯୋଧପୁରରେ ହଲିଉଡ଼ର ଜଣାଶୁଣା ଗାୟକ ନିକଜୋନ୍ସଙ୍କ ସହ ବିବାହ କରିଥିଲେ। ତାହାକୁ ଦୁଇମାସ ନପୁରିଥିବା ବେଳେ ଏବେ ତାଙ୍କ ଗର୍ଭବତୀ ହୋଇଥିବା ଖବର ଶୁଣିବାକୁ ମିଳୁଛି। ତେବେ ଏହି କଥାର କୌଣସି ସତ୍ୟତା ନାହିଁ ବୋଲି ଏବେ ସିଧାସିଧା କହିଛନ୍ତି ତାଙ୍କ ମା।

ପ୍ରିୟଙ୍କାଙ୍କ ମା ମଧୁ ଚୋପଡ଼ା ଝିଅର ଗର୍ଭବତୀ ହେବା ବିଷୟରେ କହିଛନ୍ତି, ତାଙ୍କର ଯେଉଁ ଫଟୋ ଗର୍ଭବତୀ କହି ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାସ୍ତବରେ ସେହି ଫଟୋରେ ପ୍ରିୟଙ୍କାର ଠିଆ ହେବାର ଭଙ୍ଗୀ ଭୁଲ ରହିଛି। ତାହା ସହ କିଏ ଜଣେ କ୍ୟାମେରାର ଏଙ୍ଗଲ ବଦଳି ମଧ୍ୟ ଫଟୋ ଉଠାଇଛନ୍ତି।

priyanka

କହିବାକୁ ଚାହିଁବୁ କିଛି ଦିନ ପୂର୍ବରୁ ପ୍ରିୟଙ୍କା ଚୋପଡ଼ାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଯେଉଁଥିରେ ପ୍ରିୟଙ୍କାଙ୍କ ପେଟ ଯିକେ ଦେଖାଯାଉଥିବାରୁ ସେ ଗର୍ଭବତୀ ଥିବା ହୋହଲ୍ଲା କରାଯାଇଥିଲା। ତେବେ ଏହା ଉପରୁ ସବୁ ପରଦା ଉଠାଇ ଦେଇଛନ୍ତି ତାଙ୍କ ମା ମଧୁ ଚୋପଡ଼ା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.