ଭାରତୀୟ ଜେଲ୍ରେ ପାକିସ୍ତାନୀ କଏଦୀକୁ ପଥରରେ ଛେଚି ହତ୍ୟା

ଜୟପୁର (କେ ନ୍ୟୁଜ୍) : ରାଜସ୍ଥାନ ଜୟପୁର ଜେଲରେ ପାକିସ୍ତାନୀ କଏଦୀକୁ ହତ୍ୟା । ପୁଲୱାମା ଘଟଣା ପରେ ପାକିସ୍ତାନକୁ ନେଇ ଉଠିଥିବା ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ସେହି ଆକ୍ରୋଶର ଶିକାର ହୋଇଛି ଜଣେ ପାକିସ୍ତାନୀ କଏଦୀ । ଜୟପୁର ଜେଲରେ ସଜା କାଟୁଥିବା ପାକିସ୍ତାନୀ କଏଦୀ ଶାକିର ଉଲ୍ ଓରଫ ମହମ୍ମଦ ହନିଫକୁ ଅନ୍ୟ ୩ ଜଣ କଏଦୀମାନେ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ତା ଘର ପାକିସ୍ତାନର ସିଆଲକୋଟରେ । ଭାରତରେ ଗୋଇନ୍ଦାଗିରି ପାଇଁ ଶାକିରକୁ ଗିରଫ କରାଯାଇଥିଲା ।
ଟିଭି ସାଉଣ୍ଡ କମ୍ କରିବାକୁ ନେଇ ଯୁକ୍ତିତର୍କ ଓ ପରେ ମାରପିଟ୍ ହୋଇଥିଲା । ଏଥିରେ କିଛି କଏଦୀ ଶାକିରକୁ ପଥରରେ ଛେଚି ମାରି ଦେଇଥିଲେ । ଏମାନଙ୍କ ସମେତ ମୋଟ୍ ୬୬ ଜଣ କଏଦୀ ୧୦ ନମ୍ବର ଓ୍ଵାର୍ଡ଼ରେ ରହୁଥିଲେ । ସେମାନଙ୍କ ମଧ୍ୟରେ ଆଉ ୬ ଜଣ ପାକ୍ କଏଦୀ ଓ ୧୬ ଜଣ ଫାଶି ଦଣ୍ଡ ପାଇଥିବା କଏଦୀ ରହୁଥିଲେ ।