Below header

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଜେଡି ନେତାଙ୍କ ଅକାଳ ବିୟୋଗ

କରଞ୍ଜିଆ(କେନ୍ୟୁଜ୍‌): ଠାକୁରମୁଣ୍ଡା ନିକଟସ୍ଥ ରାଇଡିହା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଜେଡି ନେତା ସୌଦାଗର ପାତ୍ର ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଅକାଳ ମୃତ୍ୟୁରେ ଶୋକାକୂଳ ପରିସ୍ଥିତି ଦେଖିବାକୁ ମିଳିଛି। ସୌଦାଗର ପାତ୍ର ଠାକୁରମୁଣ୍ଡାରୁ ଗତକାଲି ରାତି ୮ ଟା ବେଳେ, ତାଙ୍କ ଭାଇ ସଚିନ୍ଦ୍ର ସହିତ ବାଇକରେ ନିଜ ଘର ନଦାକୁ ଫେରୁଥିଲେ।

ସୋମବାର ଥିବାରୁ ମହୁଲଡିହା ହାଟରୁ ମାଲ ନେଇ ଗୋଟିଏ ଅଟୋ ଠାକୁରମୁଣ୍ଡାକୁ ଫେରୁଥିଲା। ଠିକ୍ ସେହି ସମୟରେ ମହୁଲଡିହା ପଞ୍ଚାୟତ ରାଇଡିହା ନିକଟରେ ଅଟୋ ଓ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ହିଁ ସୌଦାଗରଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଗାଡିଟି ଦୁର୍ଘଟଣା ଘଟାଇ ସୌଦାଗରଙ୍କ ଉପରେ ଚଢି ଯିବାରୁ ଡାହାଣ ଗୋଡ଼ ସମ୍ପୂର୍ଣ ଫାଟି ଯାଇଛି। ସେ ରାସ୍ତାର ବାମ ପଟରେ ଥିବା ସତ୍ତ୍ୱେ ଡାଲା ଅଟୋଟି ଧକ୍କା ଦେଇଥିଲା । ତାଙ୍କ ସହିତ ଥିବା ସଚିନ୍ଦ୍ର (୫୦) ଛିଟିକି ପଡି ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ଖବର ପାଇବା ପରେ ଡାକ୍ତରଖାନା ଲୋକାରଣ୍ୟ ହୋଇଯାଇଛି।

ସୌଦାଗର ୧୦ ବର୍ଷ ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ସେ ଦଳର ଶୃଙ୍ଖଳିତ ସଦସ୍ୟ ଥିଲେ। ତାଙ୍କ ଅଚାନକ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.