ମିନି ଟ୍ରକକୁ ଅଟକାଇ ଖଣ୍ଡା ଓ ବନ୍ଧୁକ ମୁନରେ ଡ୍ରାଇଭର ଓ ହେଲପରଙ୍କ ଠାରୁ ଲୁଟ୍

ବାଲେଶ୍ଵର(କେନ୍ୟୁଜ୍‌) : ପ୍ରତିଦିନ କିଛି ନା କିଛି ଘଟଣା ଘଟାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ। ସେହିଭଳି ପୁଣି ଏକ ଘଟଣା ଗତକାଲି ଦେଖିବାକୁ ମିଳିଛି । ବାଲେଶ୍ଵର ସହର ରୁ ଦୀଘା ଅଭିମୁଖେ ହେଉଥିବା ବେଳେ ଏକ ମିନି ଟ୍ରକକୁ ହଳଦୀ ପଦା ନିକଟରେ ଅଟକାଇ ଖଣ୍ଡା ଓ ବନ୍ଧୁକ ମୁନରେ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।

୩ଜଣ ଦୁର୍ବୃତ୍ତଙ୍କ ସହ ପ୍ରଥମେ ମିନି ଟ୍ରକର ଡ୍ରାଇଭର ଓ ହେଲପରଙ୍କ ମଧ୍ଯରେ କିଛି ସମୟ ସଂଘର୍ଷ ଲାଗି ରହିଲା । ଏହାପରେ ଦୁର୍ବୃତ୍ତ ମାନେ ଡ୍ରାଇଭରକୁ ଖଣ୍ଡାରେ ଆକ୍ରମଣ କରିବା ସହ ହେଲପରଙ୍କ ନିକଟରୁ ପର୍ସ ମୋବାଇଲ ଲୁଟ୍ କରି ନେଇଥିଲେ। ଗତରାତି ପ୍ରାୟ ଦୁଇଟାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ବାଲେଶ୍ଵରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପୋଲିସ୍ ନାଚାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.