ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡିର ବାଜିମାତ୍‌, ସମସ୍ତ ୩ଟି ଆସନରେ ଶୁଭିଲା ଶଙ୍ଖନାଦ

କେନ୍ୟୁଜ୍(ବ୍ୟୁରୋ): ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡିର ବାଜିମାତ୍‌ । ସମସ୍ତ ୩ଟି ଆସନରେ ଶୁଭିଲା ଶଙ୍ଖନାଦ । କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ପଟାଙ୍ଗି ଜୋନକୁ ଦଖଲ କରିଛି ବିଜୁ ଜନତା ଦଳ । ପଟାଙ୍ଗି ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡିର ଲଇଚନା ଖରା ୨୭୩୮ ଭୋଟରେ ବିଜୟୀ ହୋଇଛନ୍ତି । ସେହିିପରି ଦଶମନ୍ତପୁରରେ ବି ଉଡିଛି ବିଜୁ ଜନତା ଦଳର ବାନା । ଏଠାରେ ଦଳୀୟ ପ୍ରାର୍ଥୀ କହ୍ନେଇ ଜାନି ୪ ହଜାର ୪୪୧ ଖଣ୍ଡ ଅଧିକ ଭୋଟ ପାଇ ବାଜି ମାରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବି ବିଜେଡି ପ୍ରାର୍ଥୀ ୮ ହଜାର ୭୭୨ ଭୋଟରେ ଜିତିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.