ସ୍ୱାସ୍ଥ୍ୟସେବାର ନୂଆ ମଡେଲ ସାରା ଭାରତବର୍ଷକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ବଜେଟ୍‌ରେ ଓଡ଼ିଶା ବିଜେପିର ମିଛ ପ୍ରଚାର ପଦାରେ ପଡ଼ିଛି: ବିଜେଡି

କେନ୍ୟୁଜ୍(ବ୍ୟୁରୋ): ଆୟୁଷ୍ମାନ ଯୋଜନାଠାରୁ BSKY ଭଲ । ସ୍ୱାସ୍ଥ୍ୟସେବାର ନୂଆ ମଡେଲ ସାରା ଭାରତବର୍ଷକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ୍‌ରେ ଓଡ଼ିଶା ବିଜେପିର ମିଛ ପ୍ରଚାର ପଦାରେ ପଡ଼ିଛି ବୋଲି କହିଛି ବିଜେଡି। କେନ୍ଦ୍ର ଆୟୁଷ୍ମାନ ଯୋଜନାରେ ରାଜ୍ୟ ପାଇଁ ବ୍ୟୟବରାଦ କମିଛି । ଆୟୁଷ୍ମାନ ପାଇଁ ବଜେଟ୍‌ରେ ୭,୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମଗ୍ର ଦେଶ ପାଇଁ ୭୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ୬ ହଜାର କୋଟି ଖର୍ଚ୍ଚ ହେଉଛି।

ଆୟୁଷ୍ମାନ ଯୋଜନାରେ ଓଡ଼ିଶା ଭାଗ ସମୁଦ୍ରକୁ ଶଙ୍ଖେ। କେନ୍ଦ୍ର ଆୟୁଷ୍ମାନ ଯୋଜନାରେ ରାଜ୍ୟ ପାଇଁ ବ୍ୟୟବରାଦ କମିଛି। ଆୟୁଷ୍ମାନ ଯୋଜନାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା ନାହିଁ। BSKYରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। ବିଜେପି ଲୋକଙ୍କୁ ଆଉ ଭ୍ରମିତ ନକରୁ ବୋଲି କହିଛି ବିଜେଡି। ବଜେଟ୍‌ ପରେ ରାଜ୍ୟ ବିଜେପି ନିଜ ଭୁଲ୍‌ ବୁଝି, ଓଡ଼ିଶାବାସୀଙ୍କ ନିକଟରେ ପ୍ରକୃତ ତଥ୍ୟ ରଖନ୍ତୁ ବୋଲି କହିଛି ବିଜେଡି। ସେପଟେ ବିଜେପି କହିଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନାଁରେ ବହୁ ଦୁର୍ନୀତି ହେଉଛି ।