Below header

ବାରିପଦାରେ ଉତ୍କଳ ହସପିଟାଲ ପକ୍ଷରୁ ସୁପର ସ୍ପେସାଲିଟି ଆଉଟରିଚ୍ ସେଣ୍ଟର ଆରମ୍ଭ

ଉତ୍ତର ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ସହର ହେଉଛି ବାରିପଦା । ଏଠାକାର ଲୋକଙ୍କ ପାଇଁ ଉନ୍ନତମାନର ଅତ୍ୟାଧୁନିକ ବା ସୁପର ସ୍ପେସାଲିଟି ଚିକିତ୍ସା ସୁବିଧାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଉତ୍କଳ ହସ୍ପିଟାଲ ଭୁବନେଶ୍ବର ପକ୍ଷରୁ ବାରିପଦାରେ ଏକ ସୁପର ସ୍ପେସାଲିଟି ଆଉଟରିଚ୍ ସେଣ୍ଟର ଆରମ୍ଭ ହୋଇଛି। ଫଳରେ ଏହି ଅଞ୍ଚଳର ଲୋକମାନେ ଦୂରକୁ ନଯାଇ ସହଜରେ ସୁପର ସ୍ପେସାଲିଟି ଡାକ୍ତରମାନଙ୍କ ଚିକିତ୍ସା ସୁବିଧା ପାଇ ପାରିବେ। ଉତ୍କଳ ହସ୍ପିଟାଲ ଭୁବନେଶ୍ବରର ଚେୟାରମ୍ୟାନ ତଥା ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ କୁମାର ସାମଲ ଏବଂ ଡାକ୍ତର ନିତ୍ୟାନନ୍ଦ ଉପାଧ୍ୟାୟଙ୍କ ଦ୍ବାରା ଉକ୍ତ କ୍ଲିନିକ ଉଦ୍ଘାଟିତ ହୋଇଛି।

ଆଉଟରିଚ କ୍ଲିନିକରେ ପ୍ରତିଦିନ ମୌଳିକ ଚିକିତ୍ସା, ନିଦାନ, ଫାର୍ମାସି ଏବଂ ହୋମ୍ ସର୍ଭିସ ସହିତ କାର୍ଡିଓଲୋଜି, କାର୍ଡିଓ ଥୋରାସିକ ସାଇନ୍ସ, ଅର୍ଥୋପେଡିକ, ଜଏଣ୍ଟ ଆଣ୍ଡ ସ୍ପାଇନ, ଅଙ୍କୋଲୋଜି, ନ୍ୟୁରୋ ସାଇନ୍ସ, ଗ୍ୟାଷ୍ଟ୍ରୋ ସାଇନ୍ସ, ୟୁରୋଲୋଜି ଆଦି ବିଭାଗରେ ସାପ୍ତାହିକ ସୁପର ସ୍ପେସାଲିଟି କ୍ଲିନିକ ସେବା ଉପଲବ୍ଧ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.