ଅନ୍ୟ ଦେଶରୁ ଟଙ୍କା ପାଇବା ପାଇଁ ପାକିସ୍ତାନକୁ ଟିହାଇଲା ଜିହାଦୀ ସଂଗଠନ, କହିଲା, ପରମାଣୁ ଧମକ ଦେଲେ ଆସିଯିବ ଅର୍ଥ

ଇସଲାମବାଦ : ପାକିସ୍ତାନ ଏବେ ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଛି । ଲୋକେ ଦୁଇ ଓଳା ଖାଇବାକୁ ପାଉ ନାହାଁନ୍ତି । ଦରଦାମ ପାକିସ୍ତାନରେ ଆକାଶ ଛୁଆଁ ହୋଇଛି । ଆର୍ଥିକ ସହାୟତା ପାଇଁ ପାକିସ୍ତାନ ଏବେ ବିଭିନ୍ନ ଦେଶ ଆଗରେ ହାତ ପାତୁଥିବା ବେଳେ ଜିହାଦୀ ସଂଗଠନ ଦେଇଛି ଏକ ଅଭିନବ ଉପାୟ ।

ତେହେରିକ-ଏ ଆତଙ୍କବାଦୀ ସଂଗଠନର ଜିହାଦୀ ମୁଖ୍ୟ ହାଫିଜ ସାଦ ହୁସେନ କହିଛି ହାତ ପାତିଲେ କିଛି ମିଳିବ ନାହିଁ । ହାତ ପାତିବା ଅପେକ୍ଷା ଅନ୍ୟ ଦେଶକୁ ପରମାଣୁ ବୋମା ଆକ୍ରମଣ ଧମକ ଦିଅ ଅର୍ଥ ଆପେ ଆପେ ଆସିଯିବ । ଶେହବାଜ ସରିଫ ସରକାରଙ୍କୁ ପରମାଣୁ ବୋମା ଧମକ ରେ ବିଶ୍ୱକୁ ଭୟଭୀତ କରିବାକୁ ରିଜଭି କହିଛି ।

ଲାହୋରରେ ଅନୁଷ୍ଠିତ ଏକ ଜିହାଦୀ ସମ୍ମିଳନୀରେ ରିଜିଭ କହିଛି- ‘ପାକିସ୍ତାନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ନେତାଙ୍କୁ ପଠାଇ ବିଭିନ୍ନ ଦେଶ ନିକଟରେ ହାତ ପାତୁଛି । ଏମିତି କରିବା ଦ୍ୱାରା କିଏ ଅର୍ଥ ଦେଉଛି ତ କିଏ ନାହିଁ କରୁଛି,ଆଉ କିଏ ଅର୍ଥ ଦେବା ପାଇଁ ବିଭିନ୍ନ ସର୍ତ୍ତ ରଖୁଛି ।

ତେଣୁ ବିଭିନ୍ନ ଦେଶ ଆଗରେ ହାତ ପତେଇବା ଅପେକ୍ଷା ହାତରେ ପରମାଣୁ ବୋମା ଧରି ଧମକ ଦିଅ, ଆପେ ଆପେ ଅର୍ଥ ଆସିଯିବ ବୋଲି କହିଛି ଆତଙ୍କବାଦୀ ହାଫିଜ । ବିଶ୍ୱକୁ ପରମାଣୁ ବୋମା ଧମକ ନଦେଲେ ଅର୍ଥ ମିଳିବ ନାହିଁ ବୋଲି ପାକିସ୍ତାନ ସରକାରକୁ ଉପଦେଶ ଦେଇଛି ହାଫିଜ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.