ପିଣ୍ଟୁ ନନ୍ଦ ପୁଣି ହସପିଟାଲରେ ଭର୍ତ୍ତି, ଚିକିତ୍ସା ପାଇଁ ଦରକାର ସହାୟତା

ଭୁବନେଶ୍ୱର (କେନ୍ୟୁଜ୍‌) : ସିନେ ପରଦାରେ ଆସି ସେ ଓଡ଼ିଆ ଦର୍ଶକଙ୍କୁ କେବେଳେ ହସାଇଛନ୍ତି, କେତେବେଳେ କନ୍ଦାଇଛନ୍ତି । ଜଣେ ଭଲ ଚରିତ୍ର ଅଭିନେତା ଭାବରେ ତାଙ୍କର ନାଁ ରହିଛି । ବୟସ ବେଶି ହୋଇନି ହେଲେ ଏକ ଗୁରୁତର ରୋଗ ତାଙ୍କୁ କବଳିତ କରିଛି । ପିଣ୍ଟୁ ଏବେ ଭୀଷଣ ଅସୁସ୍ଥ । ଲିଭର ସୋରିଆସିସ୍‌ ରୋଗରେ ଆକ୍ରାନ୍ତ । ଡାକ୍ତର କହିଛନ୍ତି ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ଦରକାର । ସେଥିଲାଗି ପୂରା ଓଲିଉଡ୍‌, ପିଣ୍ଟୁଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇଛନ୍ତି ତାଙ୍କ ପାଇଁ । କାରଣ ଚିକିତ୍ସା ପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା । ଯାହା ଜଣେ ଓଡ଼ିଆ କଳାକାର ପାଖରେ କେମିତି ବା ସମ୍ଭବ ହେବ ? ସେଥିଲାଗି ସାଥୀ କଳାକାର ଠାରୁ ଆରମ୍ଭ କରି ତାଙ୍କର ସମ୍ପର୍କୀୟମାନେ ସମସ୍ତେ ନିବେଦନ କରିଛନ୍ତି ତାଙ୍କର ସହାୟତା ପାଇଁ ।
ଆଜି ପିଣ୍ଟୁ ପୁଣି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅତ୍ୟାଧୁନିକ ପ୍ରଣାଳୀରେ ଅପରେସନ୍‌ ହେଲେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି। ସେଥିମଧ୍ୟରୁ ତାଙ୍କ ଅଭିନୀତ ଆଲବମ୍ ଏ ଗଉରା ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା । ଆଜି ତାଙ୍କର ଏ ଅବସ୍ଥାରେ ପ୍ରଶଂସକମାନେ ତାଙ୍କର ସୁସ୍ଥତା ଲାଗି ପ୍ରାର୍ଥନା କରୁଛନ୍ତି ।

ଇଏ ହେଉଛି ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦଙ୍କ ଫୋନ୍‌ ନମ୍ବର ଏବଂ ବାରକୋଡ୍‌ ।

abhiram nanda- +919337658538

BARCODE

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.