Below header

ଶଙ୍ଖନାଦରେ କମ୍ପିବ ଶଙ୍ଖକ୍ଷେତ୍ର: କାଲି ପୁରୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

କେନ୍ୟୁଜ୍(ବ୍ୟୁରୋ):କାଲି ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ଶଙ୍ଖନାଦରେ କମ୍ପିବ ଶଙ୍ଖକ୍ଷେତ୍ର । ପୁରୀରେ ପ୍ରତିଷ୍ଠା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୨୫ ପୂରି ୨୬ ବର୍ଷରେ ପାଦ ଦେବ ବିଜେଡି । ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ବ୍ୟାପକ ଆୟୋଜନ କରାଯାଉଛି । ବିଜେଡିର ରୌପ୍ୟ ଜୟନ୍ତୀ ସମାରୋହରେ ସାମିଲ ହେବେ ପ୍ରାୟ ୫୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା । ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ୨୪ ପାଇଁ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହା ସହ ପ୍ରତିଷ୍ଠା ଦିବସରେ ପୁରୀରେ ବିଜେଡି ନିଜର ସାଙ୍ଗଠନିକ ଶକ୍ତି ମଧ୍ୟ ପ୍ରଦର୍ଶନ କରିବ । ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ୧୯୯୮ରେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ହୋଇଥିଲା। ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା ବିଜେଡି । ୨୦୦୦ରେ ସରକାରକୁ ଆସିଥିଲା ବିଜେଡି ଓ ବିଜେପି ମେଣ୍ଟ । ୨୦୦୯ରେ ବିଜେଡି ମେଣ୍ଟରୁ ଓହରିବା ପରେ ପ୍ରତି ନିର୍ବାଚନ ଏକାକୀ ଲଢ଼ି ଆସୁଛି। ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ଚାଲିଛି ବିଜେଡି । କାଲି ପୁରୀରୁ ୨୦୨୪ ଲଢ଼ଇ ପାଇଁ ଭିତ୍ତିଭୂମି ପକାଇବ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.