Below header

ବନ୍ଧୁ ସାଜିଥିଲା ବଇରୀ: ତୁନିଶା ଶର୍ମାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବାରୁ କୋଷ୍ଟାର ଶିଜାନ୍‌ଙ୍କୁ ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଲୋକପ୍ରିୟ ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣାରେ କୋଷ୍ଟାରକୁ ବାନ୍ଧିଲା ପୋଲିସ । ମୁମ୍ବାଇ ୱାଲିଭ୍‌ ପୋଲିସ ଅଭିନେତ୍ରୀ ତୁନିଶାଙ୍କ କୋଷ୍ଟାର ଶିଜାନ୍‌ ଖାନ୍‌ଙ୍କୁ ଗିରଫ କରିଛି । ଆତ୍ମହତ୍ୟା ପାଇଁ ଉକ୍‌ସାଇବା ମାମଲାରେ ଶିଜାନ୍‌ଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୦୬ରେ ମାମଲା ରୁଜୁ କରିଛି ।

ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଗତକାଲି ତୁନିଶା ଶର୍ମା ଶୁଟିଂ ସେଟ୍‌ରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । ଟିଭି ସିରିଏଲ ‘ଅଲୀ ବାବା-ଦାସ୍ତାନ ଇ କବୁଲ’ରେ ଅଭିନୟ କରୁଥିଲେ ତୁନିଶା । ନାଇଗାଓଁରେ ସିରିଏଲର ଶୁଟିଂ ରହିଥିଲା । ଏଥିପାଇଁ ସେ ସେଟର ମେକଅପ୍‌ ରୁମରେ ଥିବା ଫ୍ୟାନ୍‌ରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶୁଟିଂ ସେଟ୍‌ର କ୍ରିଉ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟା କରିବାର ୫ ଘଣ୍ଟା ପୂର୍ବରୁ ସେ ମେକ୍‌ଅପ୍‌ ରୁମରୁ ହିଁ ନିଜର ଗୋଟିଏ ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ । ତୁନିଶା ଫିତୁର ଏବଂ ବାର ବାର ଦେଖୋ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଇଣ୍ଟରନେଟ ୱାଲା ଲଭ, ଇସକ ସୁଭାନାଲ୍ଲା, ଗାୟବ ଓ ଶେର୍‌ ଇ ପଞ୍ଜାବ- ମହାରାଜ ରଣଜୀତ ସିଂହ ଭଳି ଶୋ’ରେ ନଜର ଆସିଥିଲେ । ୨୦ ବର୍ଷୀୟ ତୁନିଶା ଶିଶୁ କଳା ଭାବେ ମଧ୍ୟ କାମ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.