ପାଟର୍ନରଙ୍କ ଯଦି ଖରାପ ସମୟ ଚାଲୁଥାଏ ତ ଏମିତି କରନ୍ତୁ ସାହାଯ୍ୟ, ସମ୍ପର୍କ ହୋଇଯିବ ଆହୁରି ମଜବୁତ୍‌

କୁହାଯାଏ କୌଣସି ସମ୍ପର୍କର ପରିଚୟ ସେତେବେଳେ ଜଣାପଡ଼େ ଯେବେ ଆପଣଙ୍କର ଖରାପ ସମୟ ଚାଲେ । ରିଲେସନସିପରେ ଯିଏ ଖରାପ ସମୟରେ ନିକଟରେ ଛିଡ଼ା ହୁଏ ବାସ୍ତବରେ ସେ ହିଁ ପ୍ରକୃତ ପ୍ରେମ କରିଥାଏ । ଯଦି ଆପଣଙ୍କ ପାର୍ଟନରଙ୍କ ଖରାପ ସମୟ ଚାଲୁଥାଏ ଓ ସେବେ ଆପଣ ତାଙ୍କ ପାଖରେ ଚଟ୍ଟାଣ ଭଳି ଛିଡ଼ା ହୁଅନ୍ତି । ତେବେ ଏହାଦ୍ୱାରା ତାଙ୍କୁ ସହାୟତା ମିଳିବା ସହ ଆପଣ ତାଙ୍କର ଜଣେ ସଚ୍ଚା ସାଥି ବୋଲି ଏହି ଅନୁଭବ ମଧ୍ୟ ହେବ ।

ପାର୍ଟନରଙ୍କ ସହ କରନ୍ତୁ କଥାବାର୍ତ୍ତା –

କଠିନ ସମୟରେ କୌଣସି ବି ପରିସ୍ଥିତିରେ ଆପଣଙ୍କ ପାର୍ଟନରଙ୍କୁ ଏକା ଛାଡ଼ନ୍ତୁ ନାହିଁ । ତାଙ୍କ ସହ କଥାବାର୍ତ୍ତା କରନ୍ତୁ । ତାଙ୍କ କଥାକୁ ଗୁରୁତର ସହ ଶୁଣନ୍ତୁ ଯେମିତି ତାଙ୍କୁ ଜଣାପଡ଼ିବ ଯେ ସେ ଏକାକୀ ନୁହଁନ୍ତି । ହୋଇପାରେ କଥାବାର୍ତ୍ତା ଦ୍ୱାରା ତାଙ୍କ ମନ ଟିକେ ହାଲକା ହୋଇଯିବ ।

କେୟାର କରିବାରେ କୌଣସି ଅଭାବ ରଖନ୍ତୁ ନାହିଁ –

ଖରାପ ସମୟ କାହାର ବି ସରିଯିବ । ହେଲେ ସମୟ ଲୋକଙ୍କୁ ଚିହ୍ନାଇ ଦେଇଯିବ । ଯଦି ଆପଣଙ୍କ ପାର୍ଟନରଙ୍କ ଏପରି କିଛି ସମୟ ଚାଲୁଛି ତେବେ ତାଙ୍କର ଯତ୍ନ ନିଅନ୍ତୁ । ସେ ଯେପରି କିଛି ଖୁସି ଅନୁଭବ କରିବେ । ଏହି ସମୟରେ ଆପଣଙ୍କ ପାର୍ଟନରଙ୍କ ଯେତେ ପାରନ୍ତି କେୟାର କରନ୍ତୁ । ତାଙ୍କର ଏମିତି ଯତ୍ନ ନିଅନ୍ତୁ ସେ ଯେମିତି ଖୁସି ମନେ କରିବେ ।

ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ –

ଯଦି ଆପଣଙ୍କ ପାର୍ଟନର କିଛି କଥାକୁ ନେଇ ଅସୁବିଧାରେ ଅଛନ୍ତି । ତେବେ ଆପଣଙ୍କ ସମ୍ପର୍କ ଏକ କଠିନ ସମୟ ଦେଇ ଗତି କରୁଛି । ଏମିତି ସମୟରେ ନିଜର ଭଲ ସମୟକୁ ମଧ୍ୟ ମନେ ପକାନ୍ତୁ । କିଛି ବି ପରିସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ । ମନେ ରଖନ୍ତୁ ଯେ ଆଜି ନାହିଁ ତ କାଲି ଖରାପ ସମୟ ଚାଲିଯିବ ଓ ଆପଣଙ୍କ ରିଲେସନ ପୁଣି ହସି ଉଠିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.