ଦ୍ୱିତୀୟ ଟେଷ୍ଟ ଜିତି ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ, ୩ ଓ୍ଵିକେଟ ଥାଇ ଜିତିନେଲା ମୀରପୁର ଟେଷ୍ଟ ମ୍ୟାଚ୍‌

ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତି ସିରିଜ କବଜା କରିଛି ଟିମ୍‌ ଇଣ୍ଡିଆ । ବାଂଲାଦେଶ ଦେଇଥିବା ଟାର୍ଗେଟକୁ ୭ ଓ୍ଵିକେଟ ହରାଇ ପୂରଣ କରିନେଇଛି ଭାରତୀୟ ଟିମ୍‌ । ୧୪୫ ରନର ଟାର୍ଗେଟକୁ ପୂରଣ କରିଛି । ତୃତୀୟ ଦିନର ଖେଳା ଶେଷ ସୁଦ୍ଧା ୧୪୫ ରନର ଟାର୍ଗେଟ ପିଛା କରୁଥିବା ଭାରତ ୪୫ ରନରେ ୪ ଜଣ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡିଥିଲା। ଚତୁର୍ଥ ଦିନ ଖେଳ ଆରମ୍ଭ କରିବା ପରେ ୭୪ ରନ୍‌ ବେଳକୁ ୭ଟି ଓ୍ଵିକେଟ ପଡିଯାଇଥିଲା । ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଥିଲା। କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ ୪୨ ରନ୍‌ ଏବଂ ଶ୍ରେୟସ ଆୟରଙ୍କ ୨୯ ରନ୍‌ ଭାରତକୁ ବିଜୟ ଦେଇଥିଲା ।

ତୃତୀୟ ଦିନରେ ଷ୍ଟମ୍ପ ଅପସାରଣ ବେଳକୁ ଅକ୍ଷର ପଟେଲ ୨୬ ଓ ଜୟଦେବ ଉନାଦକତ ୩ ରନ କରି କ୍ରିଜରେ ରହିଥିଲେ । ପ୍ରଥମେ ଅଧିନାୟକ କେଏଲ ରାହୁଲ(୩) ସାକିବ ଅଲ ହାସନଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଚେତେଶ୍ୱର ପୂଜାରା(୬)ଙ୍କୁ ପ୍ରଥମେ ଷ୍ଟମ୍ପିଂ କରାଇଥିଲେ ହାସନ ମିରାଜ। ଅକ୍ଷର ପଟେଲ ଏବଂ ଶୁବମନ ଗିଲ୍ ୭ ରନ କରି ମିରାଜଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୨୯ ରନରେ ୩ ୱିକେଟ ହରାଇଥିବା ଭାରତକୁ ବିରାଟ କୋହଲି ପୁଣି ନିରାଶ କରିଥିଲେ। ସେ ମାତ୍ର ୧ ରନ କରିଥିଲେ ।

ବାଂଲାଦେଶ ଲିଟନ ଦାସଙ୍କ ୭୩, ଜାକିର ହାସନଙ୍କ ୫୧ ଓ ତସ୍କିନ ଅହମଦଙ୍କ ଅପରାଜିତ ୩୧ ରନ ଯୋଗୁ ଦ୍ୱିତୀୟ ଇନିଂସରେ ୨୩୧ ରନ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମ ଇନିଂସରେ ଭାରତ ୮୭ ରନର ଲିଡ୍ ହାସଲ କରିଥିବାରୁ ମ୍ୟାଚ୍ ଜିତିବା ପାଇଁ ଦଳକୁ ୧୪୫ ରନର ଟାର୍ଗେଟ ମିଳିଥିଲା ।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ୨୨୭ ରନରେ ଓ ଭାରତ ୩୧୪ ରନରେ ଅଲଆଉଟ ହୋଇଥିଲେ । ପ୍ରଥମ ଟେଷ୍ଟରେ ଭାରତ ୧୮୮ ରନରେ ବିଜୟ ହାସଲ କରିଥିଲା ବେଳେ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.