ଆମେରିକାରେ ବରଫ ଝଡ ତାଣ୍ଡବ, ମୃତ୍ୟୁସଂଖ୍ୟା ୧୯, ୨୦ ଲକ୍ଷରୁ ଅଧିକ ଲୋକ ବିନା ବିଜୁଳି ଓ ପାଣିରେ କାଟୁଛନ୍ତି ଜୀବନ

ଆମେରିକାରେ ବୋମା ସାଇକ୍ଲୋନରେ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଲାଣି। ପ୍ରବଳ ତୁଷାରପାତ ଯୋଗୁଁ ଲକ୍ଷାଧିକ ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବିମାନ ବନ୍ଦର ସବୁ ସଟ୍‌ ଡାଉନ କରାଯାଇଛି । ଗତକାଲି ଠାରୁ ୫୨୦୦ ବିମାନ ଉଡାଣ ରଦ୍ଦ କରାଯାଇଛି। ରାସ୍ତାଘାଟ, ଘର ସବୁଠି ବରଫ ଜମି ରହିଛି। ଲୋକମାନେ ଘର ଭିତରେ ବିନା ପାଣି ଏବଂ ବିଜୁଳିରେ ଜୀବନ କାଟୁଛନ୍ତି ।

ବିଭିନ୍ନ ସ୍ଥାନରେ ତାମାତ୍ରା ମାଇନସ ୪୫ ଡିଗ୍ରୀ ରହିଛି। ବରଫ ଝଡକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଦେଶର ଅଧିକାଂଶ ସ୍ଥାନ ବରଫ ବର୍ଷା ହେବା ସାଙ୍ଗୁ ପବନ ବୋହୁଛି । କ୍ରିସମାସ ଯୋଗୁଁ ହଜାର ହଜାର ଲୋକ ନିରାଶ ହୋଇଛନ୍ତି । ଏମିତି ପାଣିପାଗ ଯୋଗୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଓହିଓରେ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।


ଖବର ମୁତାବକ, ୨୦ ୨୦ ଲକ୍ଷରୁ ଅଧିକ ଲୋକ ଏହି ବରଫଝଡରେ ପ୍ରଭାବିତ ହୋଇଛନ୍ତି । କାରଣ ବରଫ ପବନ ତାପମାତ୍ରା -୪୮ ସେଲସିୟସକୁ ହ୍ରାସ କରିଛି । ଟେକ୍ସାସରେ, ମେକ୍ସିକୋରୁ ଆସିଥିବା ପ୍ରବାସୀମାନେ ଚର୍ଚ୍ଚ, ବିଦ୍ୟାଳୟ ଏବଂ ନାଗରିକ କେନ୍ଦ୍ରରେ ଆଶ୍ରୟ ନେବାକୁ ଚେଷ୍ଟା କରିଥିଲେ। ଏମାନଙ୍କୁ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ କୋଟ, କ୍ୟାପ୍, ଗ୍ଲୋବ୍ସ, ଥର୍ମାଲ୍ ଅଣ୍ଡରୱେର୍, କମ୍ବଳ ଏବଂ ଶୋଇବା ବ୍ୟାଗ୍ ଇତ୍ୟାଦି ଜିନିଷ ବଣ୍ଟନ କରୁଥିବାର ଖବର ମିଳିଛି ।

ଟରୋଣ୍ଟୋରେ ଥିବା ପାଣିପାଗ ବିଜ୍ଞାନୀ କେଲସି ମ୍ୟାକେୱେନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଏରି ହ୍ରଦରେ ୨୬ ଫୁଟ ପର୍ଯ୍ୟନ୍ତ ତରଙ୍ଗ ଉଠିଛି। ଓହିଓର ଫେୟାରପୋର୍ଟ ହାରବର୍ରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବୋହୁଥିବାର ଖବର ମିଳିଛି ।
ଉତ୍ତର ଏବଂ ଦକ୍ଷିଣ ଡାକୋଟା, ଓକ୍ଲାହୋମା, ଆଇଓୱା ଏବଂ ଅନ୍ୟାନ୍ୟ ସ୍ଥାନରେ ଭୀଷଣ ପବନ ସହିତ ତୁଷାରପାତ ହେବା ଯୋଗୁଁ ରାସ୍ତାଘାଟ ଏବଂ କୋହଲା ପାଗ ଯୋଗୁଁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ପରିବହନ ବିଭାଗ କହିଛି।

ବୋମା ସ୍ଲାଇକୋନ କ’ଣ ?

ଅତି ଦ୍ରୁତଗତିରେ ବାୟୁଚାପ ହ୍ରାସ ପାଇ (୨୪ ଘଣ୍ଟାରେ ଅତି କମରେ ୨୪ ମିଲିବାର) ବାୟୁର ସ୍ତରଗୁଡ଼ିକ ଭିତରେ ଚାପର ମାତ୍ରାଧିକ ପ୍ରଭେଦ ଯୋଗୁ ଝଡ଼ ସୃଷ୍ଟି କଲେ ତାକୁ ବୋମା ସାଇକ୍ଲୋନ୍ ବୋଲି କୁହାଯାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.