Below header

ରେଲୱେ ଷ୍ଟେସନରେ ଏପରି ଉଠାନ୍ତୁ ଫ୍ରି ଓ୍ଵାଇଫାଇର ମଜା, ଜାଣନ୍ତୁ କିଛି ସିକ୍ରେଟ ଟିପ୍ସ

ରେଲୱେ ଷ୍ଟେସନରେ ଉଠାନ୍ତୁ ମାଗଣା ଓ୍ଵାଇଫାଇର ମଜା। ଭାରତୀୟ ରେଲୱେ ସମସ୍ତ ରେଳ ଷ୍ଟେସନକୁ ଡିଜିଟାଲ ହବ୍ ବନାଇବା ପାଇଁ ଏକ ବଡ ଅଭିଯାନ ଆରମ୍ଭ କରିସାରିଛି। ଏହି ବ୍ୟବସ୍ଥାକୁ ତଦାରଖ କରୁଛି ‘RAILTEL’ । ରେଲଟେଲ୍‌ ଦେଶର ସମସ୍ତ ବଡ଼ ବଡ଼ ରେଳ ଷ୍ଟେସନରେ ମାଗଣା ଓ୍ଵାଇଫାଇର ସୁବିଧା ପୂର୍ବରୁ ହିଁ ଦେଇ ସାରିଛି। ଦେଶର ସମସ୍ତ ରେଳ ଷ୍ଟେସନରେ ଓ୍ଵାଇ-ଫାଇ ସେବା ଯୋଗାଇବା କାମ ଏହି ରେଲଟେଲ ହିଁ କରୁଛି। ଭାରତୀୟ ରେଳଷ୍ଟେସନରେ ରେଲଟେଲ, ଦୁନିଆର ସବୁଠାରୁ ବଡ ଓ୍ଵାଇ-ଫାଇ ନେଟଓ୍ଵାର୍କକୁ ଆଣିବା ପାଇଁ ଅନେକ ବଡ ବଡ କମ୍ପାନୀ ସହିତ ଚୁକ୍ତିନାମା କରିଛି। ଏହି ସବୁ କମ୍ପାନୀ ମଧ୍ୟରେ ରହିଛି ଗୁଗଲ, ଟାଟା ଟ୍ରଷ୍ଟ, ପିଜିସିଆଇଏଲ ଆଦି । ଏଥିପାଇଁ ଫଣ୍ଡିଂ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ ୟୁଏସଓଏଫ ମଧ୍ୟ ୨୦୦ ରେଲୱେ ଷ୍ଟେସନ ପାଇଁ ଆର୍ଥିକ ସହାୟତା ଦେଇଛି ।

ଭାରତୀୟ ରେଲୱେ ଦେଶର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଥିବା ଡିଜିଟାଲ ବ୍ୟବଧାନକୁ ଦୂର କରିବା ପାଇଁ ସମସ୍ତ ଷ୍ଟେସନରେ ମାଗଣାରେ ଓ୍ଵା-ଫାଇ ସେବା ଯୋଗାଇବା ପାଇଁ ଯୋଜନା କରିଛି।ଅନେକ ରେଳଷ୍ଟେସନରେ ଯାତ୍ରୀମାନେ ଖାସ୍ କରି ଛାତ୍ର ଛାତ୍ରୀ ଏହି ସେବାର ଭରପୂର ଫାଇଦା ଉଠାଉଛନ୍ତି। କେବଳ ଏତିକି ନୁହେଁ ୱେଟିଙ୍ଗ୍ ଟାଇମରେ ଷ୍ଟୁଡେଣ୍ଟସ୍ ନିଜର ଷ୍ଟଡି ମ୍ୟାଟେରିୟାଲକୁ ଫ୍ରିରେ ଡାଉନଲୋଡ୍ ମଧ୍ୟ କରି ପାରୁଛନ୍ତି। ନିଜର ପେମେଣ୍ଟ ଟ୍ରାନଜାକସନରେ ଡେଲି ପାସେଞ୍ଜରମାନେ ନୂଆ ସ୍କିଲ ବା କୌଶଳ ଶିଖୁଛନ୍ତି। ନେଟ୍ ଏବଂ ଫ୍ରି ଓ୍ଵାଇ-ଫାଇ ଚାଲିବା କାରଣରୁ ରେଲୱେ ଷ୍ଟେସନରେ ଉତ୍ତମ କନେକଟିଭିଟି ଦ୍ୱାରା ଲୋକମାନେ ଉପକୃତ ହୋଇପାରୁଛନ୍ତି।

ଏବେ ଆସନ୍ତୁ ଜାଣିବା ଆପଣ କେମିତି ଏହି ମାଗଣା ଓ୍ଵାଇ-ଫାଇ ସହିତ ଯୋଡି ହେବେ:

ଓ୍ଵାଇ-ଫାଇ ସଂଯୋଗ ଥିବା ରେଲୱେ ଷ୍ଟେସନରେ ବ୍ୟକ୍ତି ନିଜ ସ୍ମାର୍ଟଫୋନ ଦ୍ୱାରା ରେଲଓୟାର ଓ୍ଵାଇ-ଫାଇ ନେଟଓ୍ଵାର୍କ ସହିତ ଯୋଡି ହୋଇ ପାରିବେ। ଏହି ସେବାକୁ ମନ ଭରି ଉପଭୋଗ କରିବା ପାଇଁ ବ୍ୟକ୍ତିଙ୍କୁ ପ୍ରଥମେ ନିଜ ମୋବାଇଲରେ ଓ୍ଵାଇ-ଫାଇ ମୋଡକୁ ଅନ୍ କରିବାକୁ ପଡିବ ଏବଂ ଏହାପରେ ମୋବାଇଲ ସ୍କ୍ରିନ ଉପରେ ଆସୁଥିବା Railwire ଓ୍ଵାଇ-ଫାଇ ନେଟଓ୍ଵାର୍କକୁ ସିଲେକ୍ଟ କରିବାକୁ ହେବ।

ଏହା କରିବା ପରେ Railwireର ଏକ ହୋମ ପେଜ୍ ଆପେ ଆପେ ହିଁ ଆପଣଙ୍କ ସ୍ମାର୍ଟଫୋନରେ ଦେଖାଯିବ । ଏଥିପାଇଁ ୟୁଜରଙ୍କୁ କେବଳ ନିଜର ଫୋନ ନମ୍ବର ହିଁ ଦେବାକୁ ହେବ। ନମ୍ବର ଦେବା ପରେ ୟୁଜରଙ୍କ ମୋବାଇଲକୁ ଏକ ଓଟିପି ମେସେଜ୍ ଆସିବ। ଏହି ଓଟିପି ନମ୍ବରଟି ଆପଣଙ୍କୁ ଏଣ୍ଟର କରିବାକୁ ହେବ ଏବଂ ଏହାର ତୁରନ୍ତ ପରେ ଓ୍ଵାଇ-ଫାଇ ନେଟଓ୍ଵାର୍କର ମାଗଣା ସେବା ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.