Below header

୫ମାସ ହେଲା ଅଚଳ ହୋଇ ପଡ଼ି ରହିଛି ନଳକୂପ,  ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଚାନ୍ଦବାଲି ଖଟୁଆସାହି ବାସିନ୍ଦା

ଚାନ୍ଦବାଲି(କେନ୍ୟୁଜ୍):  ଶୀତ ଦିନରେ ବି ଜଳ କଷ୍ଟ ସମସ୍ୟା ଭୋଗିବାକୁ ପଡୁଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାସୀଙ୍କୁ । ଦୀର୍ଘ ୫ମାସ ହେଲା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ନଳକୂପ , ଗାଁକୁ ଯାଇନି ପାଇପ ପାଣି । ତେଣୁ ପିିଇବା ପାଣି ପାଇଁ ବହୁ ହଇରାଣ ହେଉଛନ୍ତି ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତର ଖଟୁଆପାଟଣା ଗାଁର ଖଟୁଆସାହି ଲୋକେ । ଏମିତି ଅଭିଯୋଗ କରିଛନ୍ତି ଖଟୁଆସାହି ଲୋକେ । ପାଖାପାଖି ୨୫ପରିବାର ପାଇଁ ଥିଲା ଗୋଟିଏ ନଳକୂପ । ହେଲେ ଦୀର୍ଘ ୫ମାସ ହେଲା ଉକ୍ତ ନଳକୂପଟି ଅଚଳ ହୋଇପଡିରହିଛି ।

ଚାନ୍ଦବାଲି ବ୍ଲକର ବିଡିଓ , ଜଳ ପରିମଳ ବିଭାଗର ଉପରିସ୍ଥ ଅଫିସର ସମସ୍ତଙ୍କୁ ଏ ସମସ୍ୟା ବାବଦରେ ଅଭିଯୋଗ କରାଯାଇଥିଲେ ବି ସମସ୍ୟାର ସମାଧାନ ହୋଇପାରିନଥିବା ଅଭିଯୋଗ କରିଚନ୍ତି ଗାଁ ଲୋକେ । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ଲୋକଙ୍କ ଭିତରେ । ଖଟୁଆସାହିର ନଳକୂପ ଅଚଳ ଥିବାରୁ ବହୁ ଦୂରକୁ ଯାଇ ସାହିର ମହିଳାମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ପିଇବା ପାଣି ଆଣୁଥୁବାର କହିଛନ୍ତି । ସେହିଭଳି ଗାଁକୁ ପାଇପ ପାଣି ମଧ୍ୟ ଯାଇନାହିଁ । ତେବେ ତୁରନ୍ତ ଖଟୁଆ ସାହିରେ ପିଇବା ପାଣି ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ  ପଞ୍ଚାୟତରେ ସରକାରଙ୍କ ତରଫରୁ ନଳକୂପ ଆସୁନାହିଁ।  ମୁଁ ମୋର ବ୍ୟକ୍ତିଗତ ଖର୍ଚ୍ଚରେ ସେଠି ନଳକୂପ ବସାଇବି ବୋଲି କହିଛନ୍ତି ସୁନ୍ଦରପୁର ପଂଚାୟତ ସରପଞ୍ଚ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.