Below header

ଠକ ଘରୋଇ ସଂସ୍ଥା କବଳରୁ ୩ଯୁବତୀଙ୍କୁ ଉଦ୍ଧାର କଲେ ବିଜୁ ଛାତ୍ର ଜନତା ଦଳ

ରାଉରକେଲା(କେ ନ୍ୟୁଜ): “ଗ୍ଲେଜ ଇଣ୍ଡିଆ” ନାମକ ଏକ ଘରୋଇ ସଂସ୍ଥା ଯୁବକ ଯୁବତୀଙ୍କୁ ମୋଟା ଅଙ୍କର ଦରମା ଦେବାକୁ କହି ଚାକିରି ଦେଇଥାଏ । ପ୍ରତ୍ୟେକ ଯୁବକ ଯୁବତୀଙ୍କ ଠାରୁ ୨୦ହଜାର ଲେଖାଏଁ ନେଇ ଘର ଘର ବୁଲାଇ ବିଭିନ୍ନ ଜିନିଷ ବିକ୍ରି କରାଇଥାଏ । ଚାକିରି କରିବାକୁ ଆସିଥିବା ଏହି ବେକାର ଯୁବକ ଯୁବତୀଙ୍କୁ ଦରମା ବଦଳରେ ବିକ୍ରି କରୁଥିବା ଜିନିଷ ଉପରେ କମିଶନ ଦେଇଥାଏ । ମାସମାସ ଧରି ଯୁବକ ଯୁବତୀଙ୍କୁ କମିଶନ ଅର୍ଥ ମଧ୍ୟ ନିୟମିତ ଭାବେ ଦେଉନଥିବାରୁ ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଯୁବକ ଯୁବତୀ ପ୍ରତିବାଦ କଲେ ଧମକଚମକ ଦେଇଥାଏ । ସହରଠାରୁ ଦୂର ସ୍ଥାନରେ ଘରଭଡ଼ା ନେଇ ରହୁଥିବା ଯୁବକ ଯୁବତୀଙ୍କୁ ରଖୁଥିବାରୁ ହଠାତ୍ କୈାଣସି ନିଜ ଘରୁ କିମ୍ବା ଅନ୍ୟ ଲୋକଙ୍କ ଠାରୁ ସାହାଯ୍ୟ ପାଇପାରେ ନାହିଁ ।

ସେହି ଭଳି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୩ଜଣ ଯୁବତୀଙ୍କୁ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଉଦ୍ଧାର କରିଥିବା ବେଳେ ସେମାନଙ୍କ ବକେୟା ପ୍ରାପ୍ୟ ମଧ୍ୟ ଆଦାୟ କରି ନେଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଏହି ଘରୋଇ ସଂସ୍ଥା ନାମରେ ବହୁବାର ଏଭଳି ଅଭିଯୋଗ ରଘୁନାଥପାଲୀ ଥାନା, ଛେଣ୍ଡ ଥାନାରେ ପହଞ୍ଚିବା ପରେ ମାମଲାର ସମାଧାନ ହୋଇଛି । ସେହିଭଳି ଘଟଣାର ହୋଇଛି ପୁନରାବୃତ୍ତି କିନ୍ତୁ ଏ ଘଟଣା ପୋଲିସ ନିକଟରେ ପହଞ୍ଚିବା ପୂର୍ବରୁ ଏହି ସଂସ୍ଥା ପକ୍ଷରୁ ଭୟଭୀତ କରାଇ ରଖିଥିବା ୩ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.