Below header

ବାହାରୁ ସଟର ବନ୍ଦ କିନ୍ତୁ ଭିତରୁ ଖୋଲମ ଖୋଲା ଚାଲିଛି ବାର୍, ସିଲ୍ କଲା ବିଏମସି

କେନ୍ୟୁଜ୍(ବ୍ୟୁରୋ): ବାହାରେ କ୍ଲୋଜର ସାଇନ ବୋର୍ଡ କିନ୍ତୁ ବେଫିକର ହୋଇ ଭିତରୁ ଚାଲୁଛି ମଦ କାରବାର । ରାଜଧାନୀରେ ଏଭଳି ଅମ୍ୟାସଗତ ଗାଲୁଆ ଏବେ ବିଏମସିର ଚିନ୍ତା ବଢାଇଛନ୍ତି। ସପ୍ତାହନ୍ତ ସଟଡାଉନ ଭଳି  ସ୍ଥିତିରେ ମଧ୍ୟରେ ଆଇନ କାନୁନକୁ ଭୟ ନକରି ସଟର ବନ୍ଦ କରି ବେପାର ଚଳାଉଛନ୍ତି କିଛି ଗାଳୁଆ ଦୋକାନୀ। ଏଭଳି ଦୋକାନ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା  ପାଇଁ ବିଏମସି ତତ୍ପର ହୋଇ ଉଠିଛି। ଆଜି ଭୁବନେଶ୍ୱର ଗ୍ୟାରେଜ୍‌ ଛକରେ ଥିବା ଏକ ବାର୍‌ ଉପରେ ଚଢାଉ କରି ବାରକୁ ସିଲ୍ କରିଛି।

bar 1

ବାରଟିରେ ଖୋଲମଖୋଲା କୋଭିଡ ନିୟମକୁ ଫୁ କରି ବେଧଡକ ହୋଇ ସଟର ତଳେ ବେପାର ଚଳାଇଥିଲା। ଯାହାର ଏକ ଭିଡିଓ କେହିଜଣେ  ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ସେହି ଭିଡିଓ ଆଧାରରେ ବାରକୁ ସିଲ କରିଛି ବିଏମସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.