ଆଉ ଟିମ୍‌ ଇଣ୍ଡିଆର ଜର୍ସିରେ ଦେଖା ଯିବେନି ଧୋନି, ଅନେକ ଫ୍ୟାନଙ୍କ ମନ ଭାଙ୍ଗି ଦେଇଛନ୍ତି ମାହି

ଆଉ ଟିମ୍‌ ଇଣ୍ଡିଆର ଜର୍ସିରେ ଦେଖାଯିବେନି ଧୋନି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ମହେନ୍ଦ୍ର ସିଂହ ଧୋନି। ହଠାତ୍‌ ସ୍ୱାଧୀନତା ଦିବସରେ ଧୋନିଙ୍କ ସନ୍ୟାସ ଘୋଷଣା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। କେହି କେହି ତ ଏବେ ବି ଧୋନିଙ୍କ ଅବସର ନେବା ଖବରକୁ ବିଶ୍ୱାସ କରିପାରୁନାହାନ୍ତି। ବହୁତ ଜଣଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଗୋଟିଏ ପ୍ରଶ୍ନ ବାରମ୍ବାର ଆସୁଛି ଯେ କାହିଁକି ଧୋନି ଅଗଷ୍ଟ ୧୫ରେ ସନ୍ୟାସ ଘୋଷଣା କଲେ।

ଆପଣଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହିଁବୁ ଯେ ଅନେକ ରେକର୍ଡ କରିଥିବା ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟ ଜୀବନରେ ଆରମ୍ଭ ଯେଉଁଥିରେ ଶେଷ ବି ସେଇଥିରେ। ଅର୍ଥାତ ଧୋନି ତାଙ୍କ ପ୍ରଥମ ମ୍ୟାଚରେ ରନ୍‌ ଆଉଟ୍‌ ହୋଇଥିଲେ। ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚରେ ବି ଧୋନି ରନ ଆଉଟ୍‌ ହୋଇଥିଲେ।

DHONIଧୋନିଙ୍କୁ କ୍ୟାପଟେନ୍‌ କୁଲ୍‌ କୁହାଯାଉଥିଲା। ଭାରତକୁ ଦୁଇଟି ବିଶ୍ୱକପ୍‌ ଜିତାଇଥିବା ଧୋନି ୨୦୧୯ ଡିସେମ୍ବର ୨୩ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରା କରିଥିଲେ। ସମସ୍ତଙ୍କ ମନରେ ଆଶା ଓ ଉତ୍କଣ୍ଠା ଥିଲା ଯେ ୨୦୨୧ ଟି-୨୦ ବିଶ୍ୱକପରେ ଧୋନିଙ୍କ ଜଲଓ୍ଵା ଦେଖିବାକୁ ମିଳିବ। ହେଲେ ସେ ସ୍ୱପ୍ନ ଅଧୁରା ରହିଯାଇଛି। ଏହି ଘୋଷଣା ପରେ ଅନେକ ଫ୍ୟାନଙ୍କ ମନ ଭାଙ୍ଗିଦେଇଛନ୍ତି ମାହି।

୨୦୦୪ରେ ଓ୍ଵାନଡେ କ୍ରିକେଟର ପାଦ ଥାପିଥିବା ଧୋନି ତାଙ୍କର ପ୍ରଥମ ଶତକ ପାକିସ୍ତାନ ବିପକ୍ଷରେ କରିଥିଲେ । ସେହିପରି ପ୍ରଥମ ଟେଷ୍ଟ ୨୦୦୫ରେ ପାକିସ୍ତାନ ବିପକ୍ଷରେ ଖେଳି ପ୍ରଥମ ଶତକ ଅକ୍ତିଆର କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଯେ ତାଙ୍କର ପ୍ରଥମ ଓ୍ଵାନଡେ ଓ ପ୍ରଥମ ଟେଷ୍ଟରେ ସେ ସମାନ ୧୪୮ ରନ୍ କରିଥିଲେ । ସେତେବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ସେହି ଲମ୍ବା ଚୁଟି ଥିବା ବ୍ୟକ୍ତି କିଏ? ଏହାପରେ ଧୋନି ଆଉ ପଛକୁ ନ, ଚାହିଁ, ଆଗକୁ ମାଡି ଚାଲିଥିଲେ।

dhoni new୫ ଏପ୍ରିଲ୍ ୨୦୦୫ରେ ଓ୍ଵାନଡେ ସିରିଜରେ ତେନ୍ଦୁଲକର ଶୀଘ୍ର ଆଉଟ୍ ହୋଇଯିବା ପରେ ୩ୟ ଖେଳାଳି ଭାବେ ଧୋନି ଆସିଥିଲେ । ଏହି ମ୍ୟାଚରେ ଧୋନି ୧୨୩ ବଲରେ ୧୫ ଚୈାକା ଓ ୪ ଛକା ମାରି ୧୪୮ ରନ୍ ପୂର୍ଣ୍ଣ କରିଥିଲେ । ଏଥିରେ ମାତ୍ର ୮୮ ବଲର ସାମ୍ନା କରି ଶତକ ପୂର୍ଣ୍ଣ କରିଥିଲେ । ସେହିପରି ଧୋନି ଟେଷ୍ଟ କ୍ରିକେଟରେ ପ୍ରଥମ ଶତକ ପାକିସ୍ତାନ ବିରୋଧରେ ୨୦୦୬ରେ କରିଥିଲେ । ସେଥିରେ ୧୯ ଚୈାକା ଓ ୪ ଛକା ସହାୟତାରେ ୧୫୩ ବଲରେ ୧୪୮ ରନ୍ ସଂଗ୍ରହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.