Below header

ୟୁଏଫ୍‌ଓ ଭିଡିଓର ଯାଞ୍ଚ ପାଇଁ ଟାସ୍କଫୋର୍ସ ଗଠନ କଲା ପେଣ୍ଟାଗନ

ୟୁଏଫ୍‌ଓ ଭିଡିଓର ଯାଞ୍ଚ ପାଇଁ ପେଣ୍ଟାଗନ ତରଫରୁ ଟାସ୍କଫୋର୍ସ ଗଠନ କରାଯାଇଛି । ଆମେରିକା ନୌସେନା ଅଧିନରେ ହିଁ ଏହି ଟାସ୍କଫୋର୍ସ ଗଠନ କରାଯାଇଛି । UAP ବା Un identified aerial phenomenaର ପ୍ରକୃତି ଓ ଉତ୍ପତ୍ତି ବିଷୟରେ ଅଧିକ ତଥ୍ୟ ଜାଣି ହେବ ବୋଲି UAPTF ବା ଅନ୍‌ ଆଇଡେଣ୍ଟିଫାଏଡ଼ ଏରିୟଲ ଫେନୋମେନା ଟାସ୍କଫୋର୍ସ ଗଠନ କରାଯାଇଥିବା ଆଶା ରଖିଛି ପ୍ରତିରକ୍ଷା ବିଭାଗ । ୟୁଏପି ଗୁଡ଼ିକୁ ଚିହ୍ନଟ କରିବା, ବିଶ୍ଳେଷଣ କରିବା ଓ ତାଲିକାଭୁକ୍ତ କରିବା ଏହି ଟାସ୍କଫୋର୍ସର ଲକ୍ଷ ।

ବିଦେଶୀ ଆକ୍ରମଣକାରୀଙ୍କ ଠାରୁ ଆମେରିକା ସୈନ୍ୟବାହିନୀ ପ୍ରକୃତରେ ଏହାର ଭୂତଳ ଶତ୍ରୁମାନଙ୍କ ସହ Un identified aerial phenomenaକୁ ନେଇ ଚିନ୍ତିତ ବୋଲି ଜଣାଯାଇଛି । ଡ୍ରୋନ୍‌ କିମ୍ବା ଅନ୍ୟାନ୍ୟ ବାୟୁବାହୀ ବ୍ୟବହାର ଉପରେ ମଧ୍ୟ ବେଶ୍‌ ଚିନ୍ତିତ ରହିଛି ଓ୍ଵାଶିଂଟନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.