Below header

ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦଘାତରେ ପରଲୋକ, ବହୁବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ

କେନ୍ୟୁଜ୍(ବ୍ୟୁରୋ):ଓଲିଉଡରେ ଆଉ ଏକ ଅପୂରଣୀୟ କ୍ଷତି। ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦଘାତରେ ପରଲୋକ। । ଦୀର୍ଘଦିନ ହେବ ଦେବେନ ଏକ ଘରୋଇ ମେଡିକାଲ ଚିକିତ୍ସିତ ହେଉଥିଲେ। ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଓଡିଆ ଚଳଚ୍ଚିତ୍ରରେ ଏଡିଟିଂ କରିଛନ୍ତି। ଦେବେନ ଓଡିଆ ସିନେମା  ପୁଅ ମୋର କଳାଠାକୁର ସିନେମାରେ ପ୍ରଥମ ଏଡିଟିଂ କ୍ୟାରିୟର ଆରମ୍ଭ କରିଥିଲେ।

ପରେ କାଶିଆ କପିଳ ଓ ପରଦେଶୀ ଚଢେଇରେ ତାଙ୍କୁ ରାଜ୍ୟ ଜଳଚ୍ଚିତ୍ର ଆୱାର୍ଡ ମିଳିଥିଲା। ଏମିତିକି ବଲିଉଡର ମୁକଦର କି ସିକନ୍ଦର ଚଳଚ୍ଚିତ୍ରରେ ଆସିଷ୍ଟାଣ୍ଟ ଏଡିଟ ହିସାବାରେ କାମ କରିଥିଲେ। ତାଙ୍କ ନିଧନରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ନିର୍ଦ୍ଦେଶକ ହିମାଂଶୁ ଖଟ୍ଟୁଆଙ୍କ ସ.ମେତ ବହୁ କଳାକାର ଓ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଦେବେନ ମିଶ୍ରଙ୍କ ବିୟୋଗର ଶୋକ ପ୍ରକାଶ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.