ସୁଶାନ୍ତଙ୍କୁ କରାଯାଇଛି ହତ୍ୟା ଆଉ ଚାପରେ ରହି ଯାଞ୍ଚ କରୁଛି ମୁମ୍ବାଇ ପୋଲିସ: ନାରାୟଣ ରାଣେ

ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ଏବେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ନାରାୟଣ ରାଣେ। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ମର୍ଡର କରାଯାଇଛି। ଆଉ ତାଙ୍କ କେସର ଯାଞ୍ଚ ମୁମ୍ବାଇ ପୋଲିସ ଚାପରେ ରହି କରୁଛି।

disha

ଏକ ଗଣମାଧ୍ୟମ ସହିତ କଥାହେବା ସମୟରେ ସେ କହିଛନ୍ତି, ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ଯାଞ୍ଚ ହେବା ଆବଶ୍ୟକ। ସୁଶାନ୍ତ ମୃତ୍ୟୁ ଏବଂ ଦିଶା ସାଲିୟାନଙ୍କ ମୃତ୍ୟୁ ସହିତ କିଛି ସମ୍ପର୍କ ରହିଛି। ତେଣୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ରାଣେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତଙ୍କ କେସର ଯାଞ୍ଚ ମୁମ୍ବାଇ ପୋଲିସ ଚାପରେ ଆସି କରୁଛି। ମହାରାଷ୍ଟ୍ର ସରକାର ଏହି ମାମଲାରେ କେହି ଜଣକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ୧୩ ଜୁନ୍‌ରେ ସୁଶାନ୍ତଙ୍କ ଘରେ ଏକ ପାର୍ଟି ହୋଇଥିଲା, ଯେଉଁଥିରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ। ପାର୍ଟି ସାରି ସମସ୍ତେ ଯିବା ପରେ ତା’ ପରଦିନ ସକାଳୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.