ମା’ ନା ରାକ୍ଷସୀ, ୧୫ ମାସର ଶିଶୁକୁ ଏଇନେ ମାରି ଦେଇଥାନ୍ତା

ପୁରୀ(କେ ନ୍ୟୁଜ): ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗାଁରେ ଏକ ନିର୍ଦ୍ଧୟ ଘଟଣା ଘଟିଛି । ୧୦ ମାସ ଗର୍ଭରେ ଧରି ଜନ୍ମ ଦେଇଥିବା ମା’ ଯେ ଏମିତି ନିର୍ଦ୍ଦୟ ହୋଇପାରେ ତାହା ଆପଣ ଏହି ଘଟଣାରୁ ଜାଣିପାରିବେ । ଗୋଟେ ୧୫ ମାସର ଶିଶୁକୁ ତଳେ ଗୋଇଁଠା ମାରୁଛି ଏକ ନିର୍ଦ୍ଦୟ ମାଆ । ଘରେ କେହି ନଥିବାବେଳେ ଶିଶୁଟିକୁ ଗୋଇଠା ମାରିବା ସହ ଗୋଡକୁ ଦଉଡ଼ିରେ ବାନ୍ଧିକି ଲଗାତାର ଭାବେ ବାଡେଇବାରେ ଲାଗିଛି । ଖାଲି ସେତିକିରେ ବି ମା’ର ରାଗ ଶାନ୍ତ ହେଉନି ଯେ ଶିଶୁଟିର ତଣ୍ଟି ଉପରେ ଛିଡା ହୋଇଯାଉଛି । ଏହି ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ପରେ ତନାଘନାରୁ ଜଣାଯାଇଛିଯେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୋରଭା ପାଇକସାହିର ଚକ୍ରଧର ନାୟକଙ୍କ ପତ୍ନୀ ରୋଜାଲିନ୍‌ ନିଜ ଜନ୍ମ କଲା ପୁଅକୁ ଏଭଳି ନିଦ୍ଦର୍ୟ ଭାବେ ମାଡ ମାରୁଛନ୍ତି । ପ୍ରକୃତରେ ରୋଜାଲିନଙ୍କ ସ୍ୱାମୀ ଚକ୍ରଧର ଭୁବନେଶ୍ୱରରେ ରହି ବ୍ୟବସାୟ କରନ୍ତି । ଗତକାଲି ଘରର ସିସିଟିଭି ଯାଞ୍ଚ କରିବା ପରେ ଘଟଣାଟି ବିଷୟରେ ଜଣାପଡିଥିଲା । ସିସିଟିଭି ରେକର୍ଡରୁ ଘଟଣାଟି ଜୁଲାଇ ୧୧ ତାରିଖର ବୋଲି ଜଣାପଡିଛି । ଏନେଇ ଗୋପ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସର କୌଣସି ପ୍ରକାର ପ୍ରତିକ୍ରିୟା ମିଳିନାହିଁ। ଅନ୍ୟ ପକ୍ଷରେ ନିର୍ଦ୍ଧୟୀ ମା’କୁ ଗିରଫ କରି କଠୋର ଦଣ୍ଡ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.