Below header

କାଳିଜାଈକୁ ଭୋଜି କରି ଫେରୁଥିବା ବେଳେ ବୁଡ଼ିଲା ଡଙ୍ଗା, ଦୁଇ ନିଖୋଜ

ବ୍ରହ୍ମଗିରି(କେନ୍ୟୁଜ୍): ଚିଲିକାରେ ଡଙ୍ଗା ବୁଡ଼ି ଅଘଟଣ । ଗମ୍ଭାରୀଠାରୁ ତିନି କିଲୋମିଟର ଦୂରରେ ଥିବା କାଳୀଜାଇ କୁଦା ନିକଟରେ ବୁଡ଼ିଲା ଡଙ୍ଗା । କାଳିଜାଈକୁ ଭୋଜି କରିବାକୁ ଯାଇଥିଲେ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର କିଛି ଲୋକ । ଡଙ୍ଗାରେ ୧୩ ଜଣ ଥିଲେ । ଭୋଜି ସାରି ଫେରୁଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇଥିଲା । ଘଟଣାସ୍ଥଳରୁ ୧୦ ଜଣ ଉଦ୍ଧାର ହୋଇଥିଲେ । ରାତିରେ ଆଉ ଜଣେ ପହଁରି ପହଁରିକ କୁଦାରେ ପହଁଚିଥିଲେ । ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ ଦ୍ୱାରା ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.