ଚାଣକ୍ୟ ନୀତି : ଏହି ପରିସ୍ଥିତିରେ ଜ୍ଞାନ ବି ହୋଇପାରେ ଘାତକ, ଯଦି କରା ନଯାଏ ଏହି କାମ ହେବ ବଡ଼ କ୍ଷତି

ଜ୍ଞାନ ଦ୍ୱାରା ବ୍ୟକ୍ତି ସାମର୍ଥ୍ୟବାନ ହୋଇଥାଏ । ଜ୍ଞାନ ବଳରେ ବ୍ୟକ୍ତି ବିଭିନ୍ନ କଠିନ ପରିସ୍ଥିତିକୁ ପାର କରିଥାଏ । ବ୍ୟକ୍ତିର ଯେତେ ଅଧିକ ଜ୍ଞାନ ହୋଇଥାଏ, ବ୍ୟକ୍ତି ସେତେ ଶକ୍ତିଶାଳୀ ଓ ସମ୍ପନ୍ନ ହୋଇଥାଏ । ହେଲେ ଚାଣକ୍ୟ କହିଛନ୍ତି ଯେ କେଉଁ ପରିସ୍ଥିତିରେ ବ୍ୟକ୍ତି ପାଇଁ ଜ୍ଞାନ ବିଷ ସଦୃଶ ହୋଇଥାଏ । ଯଦି ତାହାର ଠିକ ଉପଯୋଗ କରାନଯାଏ ତେବେ ଏହା ମାରାତ୍ମକ ହୋଇଥାଏ ।

ଅନ୍ନଭ୍ୟାସେ ବିଷଂ ବିଦ୍ୟାମଜୀର୍ଣ୍ଣେ ଭୋଜନଂ ବିଷମ୍‌ ।
ଦରିଦ୍ରସ୍ୟ ବିଷଂ ଗୋଷ୍ଠୀ ବୃଦ୍ଧସ୍ୟ ତରୁଣୀ ବିଷମ୍‌ ।।

ଚାଣକ୍ୟ କହିଛନ୍ତି ଯେ ବ୍ୟକ୍ତି ଯେତେ ଜ୍ଞାନ ଅର୍ଜନ କଲେ ମଧ୍ୟ ଯଦି ତାର ଅଭ୍ୟାସ ନକରେ ତେବେ ତାହା ବିକାର ହୋଇଯାଇଥାଏ । ଚାଣକ୍ୟଙ୍କ ଅନୁଯାୟୀ ଅଧା ଜ୍ଞାନ ବହୁତ ଖତରନାକ ହୋଇଥାଏ । ତେଣୁ ଏହାକୁ ପ୍ରାକ୍ଟିସ କରି ପୂର୍ଣ୍ଣ ରୂପେ ହାସଲ କରିବା କଥା । ଉଦାହରଣ ଅନୁଯାୟୀ ଯଦି ଡାକ୍ତର ଅଧା ଜ୍ଞାନ ସହ ରୋଗୀ ଚିକିତ୍ସା କରିବ ତେବେ ସେ ରୋଗୀର କ୍ଷତି ହେବାର ଆଶଙ୍କା ରହିଛି । ଏପରିକି ଜୀବନ ଯିବାର ଭୟ ମଧ୍ୟ ରହିଛି ।

ଭୋଜନ କେବେ ହୋଇଥାଏ ବିଷ ସମାନ

ଚାଣକ୍ୟଙ୍କ ଅନୁସାରେ ଯଦି ଖାଦ୍ୟ ହଜମ ହୋଇନଥାଏ ସେହି ପରିସ୍ଥିତିରେ ଭୋଜନ ବିଷ ସଦୃଶ ହୋଇଥାଏ । ଏ ସ୍ଥିତିରେ ବ୍ୟକ୍ତି ହାଲକା ଭୋଜନ କିମ୍ବା ଉପବାସ କରିବା ଆବଶ୍ୟକ । ନଚେତ ଭୋଜନ ବିଷ ସଦୃଶ ହୋଇଥାଏ । ବ୍ୟକ୍ତିକୁ କ୍ଷତି ପହଞ୍ଚାଇଥାଏ ।

ଗରୀବ ବ୍ୟକ୍ତିଙ୍କ ପାଇଁ ସମାରୋହ

ଚାଣକ୍ୟଙ୍କ ମତରେ ଜଣେ ସ୍ୱାଭିମାନୀ ଗରୀବ ବ୍ୟକ୍ତି ପାଇଁ ସମାରୋହ,ବିବାହ, ଉତ୍ସବ ଆଦି ବେକାର ହୋଇଥାଏ । କାରଣ ଏପରି ଯାଗାରେ ଆପଣଙ୍କ ପରିସ୍ଥିତିର ମଜାକ ଉଡାଯାଇଥାଏ । ଯାହାକୁ ସେ ସହି ପାରିନଥାଏ । ତାଙ୍କ ପାଇଁ ଏହି ଉତ୍ସବ ବିଷ ସଦୃଶ ହୋଇଥାଏ । ସେହିପରି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଯୁବତୀ ବିଷ ସଦୃଶ ହୋଇଥାନ୍ତି । କାରଣ ବୃଦ୍ଧ ସମୟରେ ସେଥିପ୍ରତି ମନରେ ଆଗ୍ରହ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.