Below header

ଭଞ୍ଜନଗରରେ ପୁଣି ଫୁଟିଲା ବୋମା, ଜଣେ ଆହତ ଅନ୍ୟ ଜଣେ ଗୁରୁତର

ଭଞ୍ଜନଗର (କେନ୍ୟୁଜ୍) : ପୁଣି ଫୁଟିଲା ବୋମା। ଏକ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ କରିଛନ୍ତି। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଏକ ହୋଟେଲ ଉପରେ ବୋମାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ କରିବା ସହ ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ଜାରି ରଖିଛି। ଗତ ଫେବୃୟାରୀ ୭ ତାରିଖରେ ଦୁର୍ବୃତ୍ତମାନେ ସିରିଜ୍ ବୋମାମାଡ କରିଥିବାବେଳେ ଏବେ ପୁଣି ବୋମାମାଡ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.